Below header

ନୟାଗଡ଼ ଶିଖରଗୋଛା ସ୍କୁଲ ନିକଟ ରାସ୍ତା କଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ପଞ୍ଚାୟତ ଶିଖରଗୋଛା ସ୍କୁଲ ନିକଟ ରାସ୍ତା କଡ଼ ନିକଟରେ ଶିଶୁପୁତ୍ର ଉଦ୍ଧାର। ସଦ୍ଯ ନବଜାତକୁ ଜନ୍ମଦେଇ ମା’ ଫିଙ୍ଗି ଦେଇ ଚାଲି ଯାଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ସକାଳେ କିଛି ଲୋକ ରାସ୍ତା କଡ଼ରେ ଶିଶୁପୁତ୍ରକୁ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ନୂଆଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ଏନେଇ ଉକ୍ତ ଶିଶୁପୁତ୍ରର ମା’ଙ୍କୁ ଖୋଜା ଚାଲିଥିବା ନୂଆଗାଁ ଥାନା ଆଇଆଇସି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.