କରୋନା ଟିକା କୋଭାକ୍ସିନ୍‌ର ଆଜି ହ୍ୟୁମାନ ଟ୍ରାଏଲ, ଦିଲ୍ଲୀ ଏମ୍‌ସରେ ଆରମ୍ଭ ହେବ ପରୀକ୍ଷଣ

ନୂଆଦିଲ୍ଲୀ: କରୋନା ପାଇଁ ସ୍ୱଦେଶୀ ଟିକା କୋଭାକ୍ସିନ୍‌ର ଆଜିଠୁ ହ୍ୟୁମାନ ଟ୍ରାଏଲ। ଦିଲ୍ଲୀ ଏମ୍‌ସରେ ଆରମ୍ଭ ହେବ ଏହି ପରୀକ୍ଷଣ। ଏନେଇ ଏମ୍‌ସର ଏଥିକାଲ କମିଟି ଅନୁମତି ପ୍ରଦାନ କରିଛି । ପରୀକ୍ଷଣ ପାଇଁ ୧ହଜାରରୁ ଅଧିକ ଲୋକ ପଞ୍ଜୀକୃତ ହୋଇଛନ୍ତି।

ପୂର୍ବରୁ ୧୨ଟି ସେଣ୍ଟରରେ ଗତକାଲି ଠାରି ମାନବ ଶରୀରରେ ଟ୍ରାଏଲ ଆରମ୍ଭ ହୋଇଛି। ବର୍ତ୍ତମାନ କେବଳ ଦିଲ୍ଲୀ ଏନ୍‌ସିଆରରେ ରହୁଥିବା ଲୋକମାନଙ୍କୁ ହିଁ ନାମ ପଞ୍ଜୀକରଣ କରିବା ପାଇଁ ଅନୁମତି ଦିଆଯାଇଛି। କେବଳ ୧୮ବର୍ଷରୁ ଅଧିକ ଓ ୫୫ ବର୍ଷରୁ କମ ଲୋକ ଏହି ପରୀକ୍ଷାରେ ଭାଗ ନେଇପାରିବେ। ଯେଉଁ ବ୍ୟକ୍ତିଙ୍କ ଉପରେ କରୋନା ଟୀକା ପରୀକ୍ଷା କରାଯିବ ସେମାନଙ୍କର ପ୍ରଥମେ କୋଭିଡ୍‌ ପରୀକ୍ଷା କରାଯିବ।

Leave A Reply

Your email address will not be published.