Below header

ବାଲେଶ୍ଵର: ଘର ବାରଣ୍ଡାରୁ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ବାଲେଶ୍ଵର(କେନ୍ଯୁଜ୍): ବାଲେଶ୍ଵର ଜିଲ୍ଲା ଔପଦା ବ୍ଳକ ଗଡସାହି ପଞ୍ଚାୟତ ଗଡସାହି ଗ୍ରାମରୁ ଏକ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ଉକ୍ତ ଗ୍ରାମର ଉପେନ୍ଦ୍ର ପାତ୍ରଙ୍କ ବାସଭବନରେ ଅପରାହ୍ନ ୧ ଘଟିକା ସମୟରେ ଏକ ବିରାଟ ଅହିରାଜ ଘର ବାରଣ୍ଡାରେ ଥିବା କାଠ ଗଦାରେ ପଶି ଯାଇଥିଲା।

ଏହାକୁ ପରିବାର ଲୋକେ ଏବଂ ଗ୍ରାମବାସୀମାନେ ଦେଖି ସଂଗେ ସଂଗେ ବନବିଭାଗକୁ ଜଣାଇଥିଲେ। ପରେ ଖବର ପାଇ ବନବିଭାଗ କର୍ମଚାରୀ ଏବଂ ଭଦକ୍ର ସ୍ନେକ୍ ହେଲ୍ପ୍ ଲାଇନ୍ ର ମିରାଜ ଏମଡି ଆରିକ ସମେତ ସ୍ନେକ ହେଲ୍ପଲାଇନର ସଦସ୍ୟମାନେ ପହଞ୍ଚି ସାପଟିକୁ ଉଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.