ଅନୁଗୁଳ : ରାସ୍ତାରେ ପଡିଛି ଗଦା ଗଦା ଆଧାର କାର୍ଡ଼ । ଖାଲି ଆଧାର କାର୍ଡ ନୁହେଁ ଏହାସହିତ ପଡିଛି ବ୍ୟାଙ୍କ ଏଟିଏମ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ଅନୁଗୁଳ ଜିଲା କିଶୋରନଗର ବ୍ଲକ କଣ୍ଟେଇକୁଳିଆ ଜଙ୍ଗଲ ରାସ୍ତା କଡରେ ଏ ସବୁକୁ କେହି ଫିଙ୍ଗି ଦେଇଚାଲି ଯାଇଥିବା କୁହାଯାଉଛି । ଏସବୁ କାଗଜପତ୍ର ଗୁଡିକ କିଶୋରଗଞ୍ଜ ପୋଷ୍ଟ ଅଫିସର ବୋଲି ଜଣାପଡ଼ିଛି । ତେବେ ଉକ୍ତ ରାସ୍ତା ଦେଇ ଯାଉଥିବା ଜଣେ ସହ୍ରୁଦୟ ବ୍ୟକ୍ତି ଏହି ସବୁ କାଗଜପତ୍ରକୁ ଉଦ୍ଧାର କରିବା ସହିତ ଏହାକୁ ନେଇ ପୋଷ୍ଟ ଅଫିସରେ ଦେଇଛନ୍ତି ।
ତେବେ ପ୍ରଶ୍ନ ଉଠୁଛି, କାହାର ଏ ଅଧରକାର୍ଡ ? କିଏ ଓ କାହିଁକି ଜଙ୍ଗଲ ରାସ୍ତାରେ ଫିଙ୍ଗି ଦେଇଛି ? ଏ ସବୁ ଅସଲି ନା କେହି ନକଲି କରିବାକୁ ପ୍ରୟାସ କରିଥିଲା ? ପୋଷ୍ଟ ଅଫିସରୁ ଏ ସବୁ ଏଠିକୁ ଆଣିଲେ କିଏ ? ପୁରା ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଥିବାବେଳେ ଏହି ଘଟଣାର ସତ୍ଯାସତ୍ଯ ଜାଣିବା ପାଇଁ ଅନୁସନ୍ଧାନ ହେବା ଜରୁରୀ ।