Below header

ପୂଜା କରିବା ବାହାନାରେ ସୁଶାନ୍ତଙ୍କ ଆକାଉଣ୍ଟରୁ ଉଠାଯାଇଛିି ଲକ୍ଷାଧିକ ଟଙ୍କା, ଗୁଣିଗାରେଡି ହୋଇଥିବା ନେଇ ଅଭିଯୋଗ କଲେ ପରିବାର ଲୋକେ

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମାଲା ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି । ଏବେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ନୂଆମୋଡ ଆସିଛି। ସୁଶାନ୍ତଙ୍କ କୋଟାକ ମହେନ୍ଦ୍ରା ବ୍ୟାଙ୍କ ଆକାଉଣ୍ଟ ପେପର ସାମ୍ନାକୁ ଆସିଛି। ଯେଉଁଥିରୁ ପାଞ୍ଚ ଥର ପଣ୍ଡିତ ଏବଂ ପୂଜା କରିବା ନାମରେ ପଇସା କାଢି ନିଆଯାଇଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ମିଳିଥିବା ସୂଚନା ମୁତାବକ, ପୂଜା ପାଇଁ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷଲକ୍ଷ ଟଙ୍କା ବାହାର କରାଯାଇଛି। ଏହାଛଡା ରିୟା ସୁଶାନ୍ତଙ୍କ ଉପରେ ଗୁଣିଗାରେଡି କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ବ୍ୟାଙ୍କ ଆକାଉଣ୍ଟରୁ ୨୦୧୯ ଜୁଲାଇ ୧୪ ତାରିଖରେ ୪୫ ହଜାର, ଜୁଲାଇ ୨୨ ତାରିଖରେ ୫୫ ହଜାର ଏବଂ ୩୬ ହଜାର ଟଙ୍କା, ୨ ଅଗଷ୍ଟରେ ୮୬ ହଜାର ଟଙ୍କା, ୮ ଅଗଷ୍ଟରେ ୧୧ ହଜାର ଏବଂ ୧୫ ଅଗଷ୍ଟରେ ୬୦ ହଜାର ଟଙ୍କା ବାହାର କରାଯାଇଛି। ଏହି ଷ୍ଟେଟମେଣ୍ଟରେ ପୂଜା କରିବା ପାଇଁ ସାମଗ୍ରୀ କିଣିବା ଏବଂ ପଣ୍ଡିତକୁ ଦେବା କଥା ମଧ୍ୟ ଉଲ୍ଲେଖ ରହିଛି। କିନ୍ତୁ ଏହିସବୁ ଦିନ ପରେ ସୁଶାନ୍ତ ମୁମ୍ବାଇ ଘରେ କୌଣସି ପ୍ରକାର ପୂଜା କରାଯାଇନାହିଁ। ଏବେ ମନରେ ପ୍ରଶ୍ନ ଆସୁଛି କ’ଣ ଏହି ପଇସା ଗୁଣିଗାରେଡି ପାଇଁ ଖର୍ଚ୍ଚ କରାଯାଇଛି।

reah

ଆହୁରି ମଧ୍ୟ, ରିୟାଙ୍କ ମେଡିକାଲ ଖର୍ଚ୍ଚଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସୁଶାନ୍ତ ହିଁ ପେମେଣ୍ଟ କରୁଥିଲେ ବୋଲି ସୁଶାନ୍ତ ଆକାଉଣ୍ଟ ଡିଟେଲ୍ସରୁ ଜଣାପଡିଛି। ସୁଶାନ୍ତଙ୍କ ଭଉଣୀ କହିବାନୁଯାୟୀ, ରିୟା ସବୁବେଳେ ଜଣେ ତାନ୍ତ୍ରିକ ସହିତ ସୁଶାନ୍ତଙ୍କ ଫ୍ଲାଟକୁ ଆସୁଥିଲେ।
ସୂଚନାଯୋଗ୍ୟ, ଜୁନ ୧୪ ତାରିଖରେ ବାନ୍ଦ୍ରା ଫ୍ଲାଟରେ ସୁଶାନ୍ତ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହିଛି। ଏବେ ଦିନକୁ ଦିନ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ଗୁମର ଖୋଲୁଥିବା ବେଳେ ସିବିଆଇ ଯାଞ୍ଚ ଏବଂ ଇଡି ମଧ୍ୟ ଏହାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.