କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଠାରୁ ଭୁବନେଶ୍ବର ଗଡ଼ିବ ମୋ ବସ୍ । କରୋନା କଟକଣାରେ ଗଡିବ ମୋ ବସ୍। ଲକ୍ଡାଉନ ପରେ ପୁଣି ଆରମ୍ଭ ହୋଇଛି ମୋ ବସ୍ ସେବା । ୮ଟି ରୁଟ୍ରେ ଚାଲିବ ମୋ ବସ୍ । ଅଣ ଏସି ବସ୍ ଏହି ୮ଟି ରୁଟରେ ଯିବାଆସିବା କରିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି। । ରୁଟ୍ ନମ୍ବର ଗୁଡ଼ିକ ହେଲା – ୧୧, ୧୬, ୧୮, ୨୦, ୨୩, ୨୫, ୨୭, ୩୩ । ଏହି ସବୁ ରୁଟ୍ରେ ସକାଳ ୭ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତି ଚାଲିବ ମୋ ବସ୍ । ତେବେ ମୋ ବସ୍ ପରିଚାଳନା ସଂସ୍ଥା CRUT ପକ୍ଷରୁ ସୂଚନା ଦିଆଯାଇଛି ।
ସପ୍ତାହାନ୍ତ ସଟଡାଉନ ଅର୍ଥାତ ଶନି ଏବଂ ରବିବାର ଗଡ଼ିବନି ବସ୍ । କରୋନା ସଂକ୍ରମଣ ବୃଦ୍ଧି କାରଣରୁ କିଛି ଦିନ ହେବ ରାଜଧାନୀରେ ଅଟକି ଯାଇଥିଲା ମୋ ବସ୍ ସେବା । ଆଉ ଅନଲକ୍ ୩ ପରେ ମୋ ବସ୍ ଚଳାଚଳକୁ ଅନୁମତି ମିଳିଛି । କିନ୍ତୁ ପୂର୍ବଭଳି ମୋ ବସ୍ରେ ଗଲାବେଳେ କୋଭିଡ ଗାଇଡଲାଇନକୁ ଅନୂସରଣ କରିବାରକୁ ନିର୍ଦ୍ଦଶ ଦିଆଯାଇଛି ।