କରୋନାକୁ ମାତ୍‌ ଦେବାକୁ ଗଣେଶ ସାଜିଲେ ଡାକ୍ତର, ଦେଖନ୍ତୁ କେଡେ ସୁନ୍ଦର ଏହି ଦୃଶ୍ୟ

କରୋନାକୁ ବାନ୍ଧି ରଥର ସାରଥୀ କରିଛନ୍ତି ପ୍ରଭୁ ଶ୍ରୀ ଗଣେଶ। ଆଉ ପାଖରେ ରହିଛନ୍ତି କରୋନା ଯୋଦ୍ଧା। କରୋନା ଯୋଦ୍ଧା ମାନେ ପୋଲିସ କିମ୍ବା ଡାକ୍ତର ନୁହେଁ ବରଂ ପ୍ରଭୁ ଗଣେଶଙ୍କ ପ୍ରିୟ ମୂଷିକ। ଆଉ ଏମାନେ ହାତରେ ଧରିଛନ୍ତି ବନ୍ଧୁକ। ଆଉ କେଉଁଠି ଆପ୍ରନ ପିନ୍ଧି ଷ୍ଟେଥୋସ୍କୋପ ଧରି ଗଣେଶ ଲୋକଙ୍କ ସ୍ୱାସ୍ଥ୍ୟ ଚେକିଂ କରୁଥିବା ବେଳେ ମୂଷା ଧରିଛି ଡାକ୍ତରୀ ଉପକରଣ ଥିବା ଏକ ଟ୍ରେ। ଆଉ ପାଖରେ ରହିଛି ଆମ୍ବୁଲାନ୍ସ। ଗଣେଶଙ୍କ ପାଖରେ ଥିବା ସାଥୀ ସଖି ସବୁ ସାଜିଛନ୍ତି କରୋନା ଯୋଦ୍ଧା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏମାନେ ସମସ୍ତେ ମାସ୍କ ପିନ୍ଧିଛନ୍ତି।

ଆଜ୍ଞା ହଁ, ଆମେ ଏଠାରେ କେଉଁ ମଣିଷ ନୁହେଁ ବରଂ ଗଣେଶ ପୂଜା ପାଇଁ ରଖାଯାଇଥିବା ମୂର୍ତ୍ତି ବିଷୟରେ କହୁଛି। ଯାହା ଏବେ ସଚେତନତା ବାର୍ତ୍ତା ଦେଉଛି। ଏମିତି ଏକ ଥିମରେ ବେଙ୍ଗାଲୁରରେ ଗଣେଶଙ୍କ ପ୍ରତିମୂର୍ତ୍ତି ଶୋଭା ପାଉଛି । ଯାହାକୁ ଦେଖିବାକୁ ଲୋକଙ୍କ ଗହଳି ଏବେଠୁ ଲାଗିଲାଣି । ଆଗକୁ ଆସୁଛି ଗଣେଶ ପୂଜା । ଏହି ପୂଜାକୁ ଧୁମ୍‌ଧାମରେ ପାଳନ କରିବା ପାଇଁ ସମସ୍ତେ ଚାହିଁ ରହିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ଏହା ମଧ୍ୟ ଫିକା ପଡିଯିବ। ତେବେ ଗଣେଶଙ୍କ ଏଭଳି ପ୍ରତିମୂର୍ତ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ସଚେତନତା ବାର୍ତ୍ତା ମଧ୍ୟ ଦେଉଛି ।

video courtesy “ANI”
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.