ପାଣିପାଗ : ସନ୍ଧ୍ୟାରେ ପ୍ରବଳ ବର୍ଷା, ଅପରାହ୍ନରୁ ସନ୍ଧ୍ୟା ଯାଏ ବଜ୍ରପାତରେ ୫ରୁ ଅଧିକ ମୃତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପ୍ରବଳ ଗୁଳୁଗୁଳି ଓ ଗରମ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ଗରମରୁ ତ୍ରାହି ମିଳିବା ସହ ତାପମାତ୍ରା ମଧ୍ୟ ହ୍ରାସ ପାଇଛି । ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ ଘଡ଼ଘଡ଼ ସହ ପ୍ରବଳ ବର୍ଷା ହୋଇଛି । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୫ରୁ ଅଧିକ ଜୀବନ ଯାଇଥିବା ସୂଚନା ମିଳିଛି ।

weather-1ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତର ସମ୍ଭାବନା ରହିଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମରେ ବର୍ଷା ସହ ବଜ୍ରପାତ ହେବ ବୋଲି ପାଣିପାଗ ବିଭାଗ ଆଗୁଆ ସୂଚନା ଦେଇଛି । ସେହିପରି ପୁରୀ, ଜଗତସିଂହପୁର, ସମ୍ବଲପୁର, ବରଗଡ଼, ଦେବଗଡ଼, ବଲାଙ୍ଗିର, ବୌଦ୍ଧ ଆଦି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି ।
ସେପଟେ ଉତ୍ତର ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ଲଘୁଚାପ ଏବଂ ବାୟୁମଣ୍ଡଳର ଚାପର ତାରତମ୍ୟ ଯୋଗୁ ପବନ ର ବେଗ ବଢ଼ିବ । ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଭିତରକୁ ମାଛ ମାରିବା ପାଇଁ ଯିବାକୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.