କୋଭିଡ-୧୯ରୁ ସୁସ୍ଥ ହେବା ପରେ ବି ସାମାଜିକ ବାସନ୍ଦର ଶିକାର, ଦୋକାନକୁ ଗଲେ ବି ମିଳୁନି ସଉଦା

କଟକ: କୋଭିଡ-୧୯ରୁ ସୁସ୍ଥ ହେବା ପରେ ବି ସାମାଜିକ ବାସନ୍ଦର ଶିକାର ହେଉଛନ୍ତି କଟକ ବିଡାନାସୀର ସୁବାସ ଚନ୍ଦ୍ର ବେହେରା। ସେ ଗାଈ ରଖି କ୍ଷୀର ବ୍ୟବସାୟ କରି ଆସୁଥିଲେ । ନିକଟରେ ସେ କରୋନାରେ ଆକ୍ରାନ୍ତ ହେବାପରେ ଏହାରି ଭିତରେ ସେ ସେ ସୁସ୍ଥ ହୋଇ ଘରକୁ ଫେରି ଆସିଛନ୍ତି । ପ୍ରତିଦିନ ୨୦ରୁ ୩୦ ଲିଟର କ୍ଷୀର ବିକ୍ରି କରୁଥିବାବେଳେ, ବର୍ତ୍ତମାନ କିନ୍ତୁ ସୁବାସଙ୍କ ନିକଟରୁ କୌଣସି ଗ୍ରାହକ କ୍ଷୀର ନେଉନାହାନ୍ତି । ଫଳରେ ତାଙ୍କ ପରିବାର ଚଳିବା ଏକ ପ୍ରକାର କଷ୍ଟକର ହୋଇ ପଡିଛି।

ଏପରିକି କୌଣସି ଦୋକାନକୁ ଗଲେ ସେଠାରୁ ତାଙ୍କୁ ସଉଦା ମିଳୁ ନ ଥିବା ଅଭିଯୋଗ କରିଛନ୍ତି । ସ୍ୱେଚ୍ଛାସେବୀ ସଂସ୍ଥା ଜୀବନ କଲ୍ୟାଣ ଫାଉଣ୍ଡେସନ ପକ୍ଷରୁ କରୋନାକୁ ହରାଇ ଥିବାରୁ ସୁବାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ତେବେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଖବର ଆସୁଥିବା କହିଛନ୍ତି ଏସସିବି ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଶାରଦା ପ୍ରସନ୍ନ ସ୍ୱାଇଁ। ସୁସ୍ଥ ପରେ ରୋଗୀଙ୍କ ଠାରୁ ସଂକ୍ରମଣର ସମ୍ଭାବନା ନ ଥିବା ବେଳେ ସେମାନଙ୍କୁ ସ୍ନେହ, ଶ୍ରଦ୍ଧା ଓ ଆଦର କରନ୍ତୁ ବୋଲି ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.