ଖୋର୍ଦ୍ଧା: ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ନାୟକକୁ ଗିରଫ କରିଛି ଜଟଣୀ ଥାନା ପୋଲିସ। ଜଟଣୀ ବାଛେରା ଗ୍ରାମରେ ଆଇଆଇସି ଚଢ଼ାଉ କରି ଅଜୟକୁ ଗିରଫ କରିଥିବା ସୂଚନା ମିଳିଛି । ତା ନିକଟରୁ ଗୋଟିଏ ବନ୍ଧୁକ ଓ ଚାରିଟି ଅଫୁଟା ଗୁଳି ଜବତ କରିଛି ପୋଲିସ। ଅଜୟ ନାମରେ ଜଟଣୀ ବ୍ୟତୀତ ଆଖପାଖ ଥାନାରେ ରହିଛି ହତ୍ଯା, ବଟି ଆଦାୟ ଓ ଡକାୟତି ଆଦି ଭଳି ଏକାଧିକ ମାମଲା।