ସକାଳର ଏହି ଖରାପ ଅଭ୍ଯାସ ଆପଣଙ୍କୁ ସମୟ ପୂର୍ବରୁ କରିଥାଏ ବୟସ୍କ

ସକାଳୁ ଉଠି ଆମେ ଏପରି ଅନେକ କାମ କରିଥାଉ ଯାହା ଆଗକୁ ଆମ ସ୍ବାସ୍ଥ୍ଯା ଉପରେ ଖରାପ ପ୍ରଭାବ ପକାଇଥାଏ। ଏବେ ଯେଉଁ ଛୋଟ ଛୋଟ କଥାକୁ ଅମେ ଧ୍ୟାନ ଦେଉନି ତାହା ବାସ୍ତବରେ ଆମ ସ୍ବାସ୍ଥ୍ଯ ପାଇଁ ହାନିକାରକ ପ୍ରମାଣିତ ହୋଇଥାଏ। ତେବେ ଆଜି ଆମେ  ଆପଣଙ୍କୁ ସକାଳୁ ଉଠି ଯେଉଁ ସବୁକାମ କରିବା ଆଦୌ ଉଚିତ ନୁହଁ ତାହା ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା କଣ ରହିଛି ତାହା..

-ଅନେକ ଲୋକଙ୍କ  ଅଭ୍ଯାସ ରହିଛି ସକାଳୁ ଉଠି ସେମାନେ ଗରମ ପାଣିରେ ଗାଧୋଇଥାନ୍ତି। ଏପରି କରୁଥିବା ବ୍ଯକ୍ତିଙ୍କ ଉପରେ ସମୟ ପୂର୍ବରୁ କୁଞ୍ଚିତ ରେଖା ପଡ଼ିଯାଇଥାଏ।

bad-habbits

-ବର୍ତ୍ତମାନର ବ୍ଯସ୍ତବହୁଳ ଜୀବନରେ ପ୍ରାୟତଃ ବ୍ଯକ୍ତି ନିଜର ଜଳଖିଆକୁ ଖାଇନଥାନ୍ତି। ଏହି ବ୍ଯକ୍ତିଙ୍କୁ ସମୟ ପୂର୍ବରୁ ଅନେକ ରୋଗ ହୋଇଥିବା ବେଳେ ଖୁବ ଶୀଘ୍ର ବାର୍ଦ୍ଧକ ଆସିଯାଇଥାଏ।

– ଶରୀରକୁ ସଠିକ୍ ସମୟରେ ଖାଇବା ନମିଳିବା ଦ୍ବାରା ବ୍ଯକ୍ତି ଥକା ଅନୁଭବ କରିଥାନ୍ତି। ଯାହା ଫଳରେ ପେଟ ଖରାପ ହେବା ସହ ଗ୍ଯାସ ଆଦି ସମସ୍ଯା ଉପୁଜିଥାଏ।

-କିଛି ବ୍ଯକ୍ତି ସକାଳୁ ଉଠିବା ମାତ୍ରେ ପ୍ରଥମେ ସିଗାରେଟ ପିଇବା ତାଙ୍କର ଅଭ୍ଯାସ ରହିଥାଏ। ଏପରି କରିବା ଦ୍ବାରା ଶରୀର ଉପରେ ବହୁତ ଖରାପ ପ୍ରଭାବ ପଡ଼ିଥାଏ। ଏହା ଦ୍ବାରା ବହୁତ କମ ବୟସରେ ଦେହାନ୍ତ ହେବାର ଦେଖାଯାଇଥାଏ।

Leave A Reply

Your email address will not be published.