କେନ୍ୟୁଜ୍(ବ୍ୟୁରୋ): ୫ ଜିଲ୍ଲାକୁ ରେଡ ଓ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କିଛି ଘଣ୍ଟାରେ ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ବିତ୍ପାତ ଲାଗି ରହିବ। ଉତ୍ତର ଉପକୂଳ ଓଡ଼ିଶା ଓ ଆଖପାଖ ଅଞ୍ଚଳରେ ଘନୀଭୂତ ହୋଇଛି ଅବପାତ ।
କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଆସନ୍ତାକାଲି ପାଇଁ ୫ଟି ଜିଲ୍ଲା ପାଇଁ ରେଡ୍ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଉଛି କରୋପାଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼ ଓ ଦେଓଗଡ଼ ଜିଲ୍ଲା ପାଇଁ ରେଡ୍ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀ, ବରଗଡ଼, ଝାରସୁଗୁଡା, ସମ୍ବଲପୁର, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି କନ୍ଧମାଳ, ବୌଦ୍ଧ, ସୋନପୁର, ଅନଗୁଳ, ଢେଙ୍କାନାଳ, ଯାଜପୁର ଓ ବାଲେଶ୍ୱର ପାଇଁ ୟେଲୋ ଓ୍ଵାର୍ଣ୍ଣଂ ଜାରି କରାଯାଇଛି ।