ଫିଲ୍ମ ଠାରୁ ଷ୍ଟେଜ ଶୋରେ ଅଧିକ ରୋଜଗାର କରନ୍ତି ଖେସାରୀ ଲାଲ ଯାଦବ, ଜାଣନ୍ତୁ ଗୋଟେ ଲାଇଭ୍‌ ପରଫରମାନ୍ସରେ କେତେ ନିଅନ୍ତି ଫିସ୍‌

ମଣିଷର ପରିସ୍ଥିତିକୁ ବଦଳାଇବାରେ ସମୟର ଭୂମିକା ଅତି ଗୁରୁତ୍ତ୍ୱପୁର୍ଣ୍ଣ। ଏକ ସମୟରେ କିର୍ତ୍ତନରେ ଗୀତ ଗାଇବା ଓ ଲିଟ୍ଟି ଚୋଖା ବେପାରକୁ ନିଜ ଜୀବିକା ଭାବରେ ଗ୍ରହଣ କରିଥିବା ଖେସାରୀ ଲାଲ ୟାଦବ ଆଜି ଭୋଜପୁରୀ ସିନେ ଜଗତର ଦବଙ୍ଗ ଷ୍ଟାର ଭାବରେ ପରିଚିତ । ତେବେ ବହୁ ଚର୍ଚ୍ଚିତ ଭୋଜପୁରୀ ସିନେଷ୍ଟାର ଖେସରୀ ଲାଲଙ୍କ ବିଷୟରେ ଏକ ଅଦ୍ଭୁତ ଖବର ବର୍ତ୍ତମାନ ସାମନାକୁ ଆସିଛି ।

ସୁଚନାନୁଯାୟୀ ସେ ଫିଲ୍ମ ଠାରୁ ଅଧିକ ଷ୍ଟେଜ ସୋ କରିଥାନ୍ତି ଏବଂ ଫିଲ୍ମ ଅପେକ୍ଷା ଷ୍ଟେଜ ସୋରୁ ତାଙ୍କର ରୋଜଗାର ଅଧିକ ହୋଇଥାଏ ।
ନିକଟରେ ଏକ ଇଣ୍ଟରଭ୍ୟୁ ଦ୍ୱାରା ଖେସାରୀ ଲାଲ ଏହା ପ୍ରକାଶ କରିଛନ୍ତି । ଖେସାରୀଙ୍କ କହିବାନୁସାରେ ସେ ଗୋଟିଏ ଷ୍ଟେଜ ସୋ କରିବା ପାଇଁ ମୋଟା ଅଙ୍କର ଫିସ୍‌ ନେଇଥାନ୍ତି । ତେବେ ଷ୍ଟେଜ ପର୍ଫୋମାନ୍ସ କରିବା ପାଇଁ ସେ ତାଙ୍କର ସମ୍ପୂର୍ଣ୍ଣ ଟିମକୁ ସାଙ୍ଗରେ ନେଇ ଯାଇଥାନ୍ତି, ଯେଉଁଥିରେ କିଛି ହିରୋଇନ ମଧ୍ୟ ସାମିଲ ହୋଇ ଥାଆନ୍ତି । ଏହି ସବୁ କାରଣରୁ ଖେସାରୀଙ୍କ ଷ୍ଟେଜ ସୋର ଫିସ୍‌ ଅଧିକ ହୋଇଥାଏ ।

khesariiତେବେ ଖେସାରୀ ତାଙ୍କ ଇଣ୍ଟରଭ୍ୟୁରେ ନିଜ ଲାଇଭ ସୋର ଫିସ ବିଷୟରେ ମଧ୍ୟ କହଛନ୍ତି । କୌଣସି ଦୁର ସ୍ଥାନକୁ ସୋ କରିବା ପାଇଁ ଗଲେ ସେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିଥାନ୍ତି । ଅନ୍ୟପକ୍ଷରେ କେହି ଜଣେ ନିଜର ଲୋକ ତାଙ୍କୁ ସୋ କରିବା ପାଇଁ ଡାକିଲେ ସେ ୫୧ ଟଙ୍କାରେ ମଧ୍ୟ ସୋ କରିଥାନ୍ତି । ଖେସରୀଙ୍କ ତାଙ୍କୁ ସୋ କରିବା ପାଇଁ ଡାକୁଥିବା ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିକୁ ଦେଖି ସେ ୩ ରୁ ୪ ଲକ୍ଷ ଟଙ୍କାରେ ମଧ୍ୟରେ ଷ୍ଟେଜ ସୋ କରିଥାନ୍ତି ।

କେବଳ ବିହାର ଓ ୟୁପି ଛଡା ଭାରତ ଅନେକ ସ୍ଥାନରେର ଖେସାରୀଙ୍କ କ୍ରେଜ ରହିଛି ।ଏହି କାରଣରୁ ସେ କେବଳ ଦେଶ ନୁହେଁ ବିଦେଶ ପର୍ଯ୍ୟନ୍ତ ଷ୍ଟେଜ ସୋ କରିବାକୁ ଯାଇଥାନ୍ତି । ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ଦୁର ଦୁରାନ୍ତରରୁ ଦର୍ଶକ ଆସିଥାନ୍ତି । ଖେସାରୀ ଲାଲ ଏକ ଅଭିନେତା ସହିତ ଜଣେ ସିଙ୍ଗର ଓ ଉନ୍ନତ ଧରଣର ଡ୍ୟାନ୍ସର ମଧ୍ୟ । ସେ ଅଧିକାଂଶ ସମୟରେ ଅଭିନେତ୍ରୀ କାଜଲ ରାଘବାନୀଙ୍କ ସହିତ ଲାଇଭ ର୍ପଫୋମାନ୍ସ କରିଥାନ୍ତି ଓ ତାଙ୍କର ଏହି ଜୋଡିକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ପୂର୍ବରୁ ମଧ୍ୟ ବଡ ପରଦାରେ କାଜଲ ଏବଂ କେଶରୀ ଅନେକ ଫିଲ୍ମ କରି ର୍ଦେକଙ୍କ ମନ ଜିଣି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.