ଏବେ ମୌସୁମୀ ଋତୁ ଚାଲୁ ରହିଛି । ଲଘୁଚାପ କାରଣରୁ ବି ଦିନର ଅଧିକାଂଶ ସମୟରେ ଜୋର ବର୍ଷା ଜାରି ରହିଛି । ଏମିତି ସମୟରେ କିଛି ଚଟପଟା , କ୍ରିସପି ଖାଦ୍ୟ ଖାଇବାକୁ ଇଛା ହୋଇଥାଏ । ବର୍ଷାଳିଆ ସନ୍ଧ୍ୟା ସମୟରେ ଯଦି କିଛି ହେଲଦି, ଟେଷ୍ଟି ଖାଦ୍ୟ ମିଳିଯାଏ ତେବେ ତାହାର ତ ମଜା ନିଆରା । ତେବେ ଆସନ୍ତୁ ପିଲାଙ୍କୁ ତଥା ପରିବାରକୁ କିଛି ଭିନ୍ନ ସ୍ୱାଦ ଚଖେଇବା ପାଇଁ “ପନିର ଚିଜ ରୋଲ” ର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣି ରଖିବା । ଏଥିପାଇଁ ଆପଣଙ୍କୁ ବେଶୀ ସମୟ ଲାଗିବନିକି ଅଧିକ ସମୟ ବି ଦେବାକୁ ହେବନି ।
ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:
– ଅଧା କପ ପନିର
– ଗୋଟେ ଚାମଚ ଚି଼ଲ୍ଲୀ ଗାରଲିକ ସସ
– 2 ଚାମଚ ତେଲ
– ଅଧା ଚାମଚ ପିଆଜ
– ଅଧା କପ ଚିଜ
– ଲୁଣ ସ୍ୱାଦ ଅନୁଯାୟୀ
-ଛାଣିବା ପାଇଁ ତେଲ
– ଏକ ଚାମଚ ମଇଦା
ପ୍ରସ୍ତୁତି ପ୍ରଣାଳୀ:
– ପ୍ୟାନରେ ତେଲ ଗରମ କରନ୍ତୁ । ଏହା ପରେ ପିଆଜ ଦିଅନ୍ତୁ । ଅଧା ମିନିଟ ପାଇଁ ଭାଜନ୍ତୁ ।
– ଷ୍ଟେପିଙ୍ଗ ପାଇଁ ବାକି ସାମଗ୍ରୀ ପକେଇ ଏକ ମିନିଟ ପାଇଁ ଭାଜନ୍ତୁ । ଏବେ ଆଞ୍ଚରୁ ଓଲ୍ହାଇ ଆଣନ୍ତୁ ।
– ଏବେ ମଇଦା ଓ ପାଣି ଦେଇ ଏକ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ ।
– ଏବେ ରୁଟିରେ ଏହି ସ୍ଟାଫିଙ୍ଗ ଦେଇ ରୋଲ ଭଳି ମୋଡ଼ି ଦିଅନ୍ତୁ ।
– ଏବେ ତାୱାରେ ଅଳ୍ପ ତେଲ ଦେଇ ଧୀରେ ଧୀରେ ରୋଲ ଗୁଡିକୁ ସେକି ଦିଅନ୍ତୁ ।
– ଏବେ ଚଟଣି ସହ ଗରମ ଗରମ ରୋଲର ମଜା ନିଅନ୍ତୁ ।