ସି ଜିନ୍‌ପିଙ୍ଗ୍‌ଙ୍କ ବିରୋଧରେ ଦେଶରେ ବିଦ୍ରୋହର ସ୍ୱର, ରସାତଳକୁ ଦେଶକୁ ନେଉଛନ୍ତି ବୋଲି ଅଭିଯୋଗ

ବେଜିଂ : ଚୀନ୍‌ ରାଷ୍ଟ୍ରପତିଙ୍କ ନୀତିକୁ ନେଇ ଦେଶରେ ବିଦ୍ରୋହର ସ୍ୱର ଉଠି ଚାଲିଛି । ରାଷ୍ଟ୍ରପତି ଦେଶକୁ ବରବାଦ ଆଡ଼କୁ ନେଉଛନ୍ତି ବୋଲି ଲୋକଙ୍କ ସ୍ୱର ଶାଣିତ ହେବାରେ ଲାଗିଛି । ସି ଜିନ୍‌ପିଙ୍ଗ୍‌ ମାଫିଆ ବସ୍‌ ହେବାକୁ ଚାହୁଁଛନ୍ତି ବୋଲି ସେଣ୍ଟ୍ରାଲ ପାର୍ଟି ସ୍କୁଲ୍‌ର ପ୍ରଫେସର ତଥା କମ୍ୟୁନିଷ୍ଟ ପାର୍ଟିର ନେତା କାଇ ସିଆ ଅଭିଯୋଗ କରିଛନ୍ତି ।

ଜିନ୍‌ପିଙ୍ଗ୍‌ଙ୍କୁ ସମାଲୋଚନା କରାଯାଉଥିବା ନେଇ ଏକ ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଆମେରିକାରେ ରହୁଥିବା କାଇ ସିଆ ଅଭିଯୋଗ କରୁଛନ୍ତି ଯେ ଜିନ୍‌ପିଙ୍ଗ୍‌ ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ଦେଶରେ ଅଯୋଥା ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଛନ୍ତି । ଦେଶ ବନ୍ୟା, ବାତ୍ୟା ଠାରୁ ଆରମ୍ଭ କରି ବିଭିନ୍‌ ସମସ୍ୟାରେ ଉବୁଟୁବୁ ହେଉଥିବା ବେଳେ ସମସ୍ୟାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଜିନ୍‌ପିଙ୍ଗ ନେଊଥିବା ନିଷ୍ପତ୍ତି ଦେଶ ପାଇଁ ସମସ୍ୟା ସୃଷ୍ଟି କରିଛି । ଯାହାଦ୍ୱାରା ଚୀନ୍‌ ସାରା ଦୁନିଆର ଶତ୍ରୁ ପାଲଟିଯାଇଛି ବୋଲି କାଇ ସିଆ ଅଭିଯୋଗ କରିଛନ୍ତି ।

ଚୀନ୍‌ ଯୋଗୁ ସାରା ବିଶ୍ୱରେ କରୋନା ମହାମାରୀ ରୂପ ନେଇଛି । ଏଥିପାଇଁ ବିଶ୍ୱ ଅର୍ଥ ନୀତି ଭୁଷୁଡ଼ି ପଡ଼ିଛି ବୋଲି କାଇ ସିଆ ଅଭିଯୋଗ କରିଛନ୍ତି । ରାଷ୍ଟ୍ରପତିଙ୍କ ବିରୋଧରେ କେହି କହିବାକୁ ସାହସ କରୁନାହାଁନ୍ତି । ମୁଁ ଏବେ ଦେଶ ବାହାରେ ଥିବାରୁ ଏତିକି କହିପାରୁଛି ବୋଲି କାଇ ସିଆ କହିଛନ୍ତି । କାଇ ସିଆଙ୍କ ପିତା ଚୀନର ସ୍ଵାଧୀନତାରେ ସକ୍ରିୟ ଭୂମିକା ନିଭାଇଥିଲେ। ଏହି କାରଣରୁ ସିଆଙ୍କୁ ଚୀନ କମ୍ୟୁନିଷ୍ଟ ପାର୍ଟିର ଆଜୀବନ ସଦସ୍ୟ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.