Below header

ଟ୍ରାଞ୍ଜାକ୍ସନ ଫେଲ କିନ୍ତୁ ଆକାଉଣ୍ଟରୁ କଟିଛି ଟଙ୍କା ତାହେଲେ ବ୍ୟାଙ୍କ ଦେବ ୧୦୦ ଟଙ୍କା ଦୈନିକ ଜରିମାନା, ଜାଣନ୍ତୁ RBIର ନୂଆ ନିୟମ

କଣ ଆପଣଙ୍କ ସହ କେବେ ଏମିତି ହୋଇଛି କି ଅନଲାଇନ୍ ଟ୍ରାଞ୍ଜାକ୍ସନ ଫେଲ ହୋଇଯାଇଛି କିନ୍ତୁ ଆପଣଙ୍କ ଖାତାରୁ ପଇସା କଟିଯାଇଛି ? ଯଦି ହଁ ତାହେଲେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ । ଏହି ସମସ୍ୟା କେବଳ ଆପଣଙ୍କ ସହିତ ନୁହେଁ । ଏଭଳି ଅଭିଯୋଗ ପ୍ରତିଦିନ ବ୍ୟାଙ୍କକୁ ଆସିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହି ସମ୍ବନ୍ଧୀୟ କିଛି ନିୟମ କହିବାକୁ ଯାଉଛୁ ।

ଏପରି ପରିସ୍ଥିତିରେ ଆକାଉଣ୍ଟରୁ କଟିଥିବା ଟଙ୍କା ତୁରନ୍ତ ବ୍ୟାଙ୍କକୁ ଫେରସ୍ତ କରିବାକୁ ପଡିଥାଏ । ଅଭିଯୋଗ ଦାଖଲ ହେବାର ସାତ ଦିନ ମଧ୍ୟରେ ଯଦି ଗ୍ରାହକଙ୍କ ଆକାଉଣ୍ଟକୁ ଟଙ୍କା ନ ଆସେ । ତେବେ କାର୍ଡ ପ୍ରଦାନକାରୀ ବ୍ୟାଙ୍କକୁ ପ୍ରତିଦିନ 100 ଟଙ୍କା କ୍ଷତିପୂରଣ ଦେବାକୁ ପଡିଥାଏ । ଫେଲ ଟ୍ରାଞ୍ଜାକ୍ସନ ମାମଲାରେ ଆରବିଆଇର ଏହି ନିୟମ 20 ସେପ୍ଟେମ୍ବର 2019 ଠାରୁ ଲାଗୁ କରାଯାଇଛି ।

ରିପୋର୍ଟ ମୁତାବକ ଏହି ନିୟମଗୁଡିକ ବ୍ୟାଙ୍କ ତଥା NBFC ଗୁଡିକ ପାଇଁ ମଧ୍ୟ ପ୍ରଯୁଜ୍ୟ । କମ୍ୟୁନିକେସନ ଲିଙ୍କ ଫେଲ, ଏଟିଏମରେ ନଗଦ ଟଙ୍କା ନଥିବା, ଟାଇମ ଆଉଟ ସେସନରେ ମଧ୍ୟ ଏହି ନିୟମ ଗୁଡିକ ଲାଗୁ ହୋଇଥାଏ । ଏଟିଏମରେ କାର୍ଡ ଟ୍ରାଞ୍ଜାକ୍ସନ ଫେଲ ହେବାମାତ୍ରେ ଆରବିଆଇର ଏହି ନିୟମ ଲାଗୁ ହୋଇଥାଏ ।

 1. अपने बैंक के एटीएम में कार्ड का इस्तेमाल किया हो या दूसरे बैंक के एटीएम में, खाते से पैसे कटने पर अगर कैश न निकले तो कार्ड जारी करने वाले बैंक के पास तुरंत शिकायत दर्ज करानी चाहिए.

  • ନିଜ ବ୍ୟାଙ୍କର ଏଟିଏମରେ କାର୍ଡର ବ୍ୟବହାର କରିଥାନ୍ତୁ କିମ୍ବା ଅନ୍ୟ ବ୍ୟାଙ୍କର ଏଟିଏମରେ ଖାତାରୁ ପଇସା କାଟିବା ମାତ୍ରେ ଯଦି କ୍ୟାସ ଆସୁନି ତାହେଲେ କାର୍ଡଧାରକ ତୁରନ୍ତ ବ୍ୟାଙ୍କରେ ଅଭିଯୋଗ ଦାଖଲ କରିବା ଉଚିତ ।
  • ନିୟମ ଅନୁଯାୟୀ, ବ୍ୟାଙ୍କଗୁଡ଼ିକ ଏଟିଏମ୍ ବକ୍ସରେ ସଂପୃକ୍ତ ଅଧିକାରୀଙ୍କ ନାମ ଏବଂ ଟେଲିଫୋନ୍ ନମ୍ବର/ଟୋଲ୍ ଫ୍ରି ନମ୍ବର / ହେଲ୍ଥ ଡେସ୍କ ନମ୍ବର ଡ଼ିସପ୍ଲେ କରିବା ଆବଶ୍ୟକ ।
  • ଯଦି ଟ୍ରାଞ୍ଜାକ୍ସନ ଫେଲ ହୁଏ କିନ୍ତୁ ଆକାଉଣ୍ଟରୁ ଟଙ୍କା କଟାଯାଇଥାଏ, ତେବେ ବ୍ୟାଙ୍କ ସାତ ଦିନ ମଧ୍ୟରେ ଟଙ୍କା ଫେରସ୍ତ କରିବାକୁ ପଡିବ ।
  • ଯଦି ସାତ ଦିନ ମଧ୍ୟରେ ବ୍ୟାଙ୍କଗୁଡିକ ଏହି ସମସ୍ୟାର ସମାଧାନ କରିବାରେ ସକ୍ଷମ ନୁହଁନ୍ତି । ତେବେ ନିୟମ ହେଉଛି ଯେ ବିଳମ୍ବ ପାଇଁ ସେମାନଙ୍କୁ ପ୍ରତିଦିନ 100 ଟଙ୍କା ଜରିମାନା ଦେବାକୁ ପଡିବ । ସେମାନଙ୍କୁ ଗ୍ରାହକଙ୍କ ଆକାଉଣ୍ଟରେ କ୍ଷତିର ପରିମାଣ ବିନା ସର୍ତ୍ତରେ ଜମା କରିବାକୁ ପଡିବ ଗ୍ରାହକ ଏହାକୁ ଦାବି କରନ୍ତୁ କି ନାହିଁ । ତେବେ ଗ୍ରାହକ କ୍ଷତିପୂରଣ ପାଇବାକୁ ହକଦାର ସେତେବେଳେ ହେବେ ଯଦି ସେ 30 ଦିନ ମଧ୍ୟରେ ଟ୍ରାଞ୍ଜାକ୍ସନ ଫେଲ ବିଷୟରେ ଅଭିଯୋଗ କରିଛନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.