Below header

ହୋଇଯାଆନ୍ତୁ ସାବଧାନ, ଆପଣଙ୍କ ଉପରେ ନଜର ରଖିଛି ଆୟକର ବିଭାଗ

ମୋ ସରକାର ନାଗରିକ ଯୋଗଦାନ ପ୍ଲାଟଫର୍ମରେ ଅଗଷ୍ଟ ୧୪ ତାରିଖ ଦିନ ଏକ ସୂଚନା ଆସିଥିଲା ଯେ କିଛି ଆର୍ଥିକ କାରବାର ଉପରେ ଆୟକର ବିଭାଗ କଡ଼ା ନଜର ରଖିବ । ତେବେ ପରବର୍ତ୍ତୀ ସମୟରେ ଏହି ଟ୍ଵିଟ୍‌କୁ ଡିଲିଟ କରିଦିଆଗଲା । ଏହି ଟ୍ଵିଟ୍‌ରେ ଦେଶର କମ୍ପାନୀ ଏବଂ ବିଭିନ୍ନ ଅନୁଷ୍ଠାନ ଗୁଡିକୁ ଆୟକର ବିଭାଗ ପକ୍ଷରୁପ୍ରାୟ ୧୨ଟି ନିର୍ଦ୍ଦିଷ୍ଟ କାରବାରର ବିବରଣୀ ଦେବାକୁ କୁହାଯାଇଥିଲା । ଯେମିତିକି ୨୦ ହଜାର ଟଙ୍କାରୁ ଅଧିକ ହୋଟେଲ ବିଲ ଓ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଏବଂ ୧ ଲକ୍ଷରୁ ଅଧିକ ବାର୍ଷିକ ବିଦ୍ୟୁତ ବିଲ୍ ସହିତ ବିଦେଶ ଯାତ୍ରା ଖର୍ଚ୍ଚ ମଧ୍ୟ ରହିଛି ।

income taxକେତେକ ମାତ୍ରାଧିକ ଆର୍ଥିକ କାରବାରର ରିପୋର୍ଟ ଉପରେ ମଧ୍ୟ ଆୟକର ବିଭାଗର ଦୃଷ୍ଟି ରଖିଛି । ଆଗକୁ ଏହାକୁଆହୁରି ବ୍ୟାପକ କରାଯାଇପାରେ । ଜୁଲାଇ ୨୦୧୯ ବଜେଟରେ ଏ ବିଷୟରେ ଏକ ଘୋଷଣା କରାଯାଇଥିଲା । ଘୋଷଣା ଅନୁଯାୟୀ ଆୟକର ରିଟର୍ଣ୍ଣ ଫର୍ମ ପୂରଣ କରିବା ପୂର୍ବରୁ ଅଧିକ ସୂଚନା ପାଇଁ ସରକାର SFT ପରିସରକୁ ବ୍ୟାପକ କରିବେ । ଏହା କରିବା ଦ୍ୱାରା ଟିକସ୍ ଫାଙ୍କୁଥିବା ବ୍ୟକ୍ତିମାନଙ୍କୁ ଧରିବା ସହ ଅଧିକ ଲୋକଙ୍କୁ ଟ୍ୟାକ୍ସ ଜାଲରେ ଆଣିବାରେ ସକ୍ଷମ ହେବ ବୋଲି ଟ୍ୟାକ୍ସ ଏବଂ ଆକାଉଣ୍ଟିଂ ଫାର୍ମର ଡେପୁଟି ଜେନେରାଲ ମ୍ୟାନେଜର ନବିନ ଓ୍ଵାଡଓ୍ଵା କହିଛନ୍ତି ।ଏହା ପୂର୍ବା FY21 ରେ ଥିବା ବ୍ୟାଙ୍କ , ମ୍ୟୁଚୁଆଲ ଫଣ୍ଡ ଏବଂ ଅନ୍ୟାନ ଅନୁଷ୍ଠାନ ବାର୍ଷିକ ସୂଚନା ରିଟର୍ନ କିମ୍ବା AIR ଅଧୀନରେ ନିର୍ଦ୍ଦିଷ୍ଟ କାରବାରକୁ SFT ଦ୍ୱାରା ବଦଳା ଯାଇଥିଲା ।

income taxତେବେ ଜଣେ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୦ ଲକ୍ଷରୁ ଅଧିକ ଟଙ୍କା ଜମା ହେଲା ପରେ ତାଙ୍କୁ SFT ଫାଇଲ କରିବାକୁ ପଡିବ । ଏହ SFT ଫାଇଲରେ ଗ୍ରାହକ ନିଜର ଅସ୍ଥାବର ସମ୍ପତ୍ତିର କାରବାର କରିଥାନ୍ତି । ଯାହାର ଡିଲ ମୂଲ୍ୟ ୩୦ ଲକ୍ଷରୁ ଅଧିକ । ସେହିପରି ଆପଣ ଯଦି ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମ୍ୟୁଚୁଆଲ ଫଣ୍ଡ କିଣିଛନ୍ତି ତେବେ ଏ ସମ୍ପର୍କରେ ମଧ୍ୟ ରିର୍ପୋଟ କରାଯିବ । ଅବଶ୍ୟ ପୂର୍ବରୁ ଥିବା ସୀମା ପରିବର୍ତ୍ତନ କରିବାକୁ ସରକାର ଯୋଜନା କରିଛନ୍ତି ବୋଲି ଏକ ଟ୍ଵିଟରୁ ସୂଚନା ମିଳିଛି । ଏହି ଟ୍ଵିଟରେ SFT ଅଧୀନରେ ଥିବା ବ୍ୟାଙ୍କ ରିର୍ପୋଟ ମଧ୍ୟ ଉଲ୍ଲେଖ କରାଯାଇଛି । AKM ଗ୍ଲୋବାଲ ଟ୍ୟାକ୍ସ ପାର୍ଟନର ଅମିତ ମହେଶ୍ୱରୀଙ୍କ କହିବାନୁସାରେ , ଯଦି ଆଗକୁ ଏହି ଯୋଜନା କାର୍ଯ୍ୟକରୀ ହୁଏ ତେବେ ବ୍ୟାଙ୍କଗୁଡିକୁ ସେହି ବ୍ୟକ୍ତିଙ୍କ ନାମ ଏବଂ ପ୍ୟାନ କାର୍ଡ ରିପୋର୍ଟ କରିବେ A । ।SFT ମାଧ୍ୟମରେ ଏହାକୁ ସ୍ଥାନାନ୍ତରିତ କରିବାପାଇଁ ଚୋରି କରୁଥିବା ବ୍ୟକ୍ତିଙ୍କୁ ଧରା ଯାଇ ପାରିବ ।

taxSFT ଦାଖଲ କରିବା ସମୟରେ କଣ ସବୁ ବିଷୟ ଉପରେ ଚିନ୍ତା କରିବେ :

ରିଟର୍ନ ଦାଖଲ କରବା ସମୟରେ ଜଣେ ବ୍ୟକ୍ତିଙ୍କୁ SFT ଅଧୀନରେ କୌଣସି ରିର୍ପୋଟ ଦେବାକୁ ପଡିବ ନାହିଁ କିନ୍ତୁ ପୂର୍ବରୁ ଦାଖଲ କରିଥିବା ରିପୋର୍ଟ ସହିତ ସେମାନଙ୍କ ଟ୍ୟାକ୍ସ ଦେଇଥିବା ରିପୋର୍ଟ ସମାନ ହେବା ଉଚିତ୍ । ତେବେ କୁହାଯାଇଛି ଯେ ଏହି ନିୟମ ଦ୍ୱାରା ସଚ୍ଚୋଟ ଟିକସ ଦାତାଙ୍କୁ ଚିନ୍ତିତ ହେବା ଆବଶ୍ୟକ ନୁହେଁ । କାରଣ ସେମାନେ ITR ରେ ଦାଖଲ କରିଥିବା ରିପୋର୍ଟ ସହିତ ତାଙ୍କର ଆୟର ରିର୍ପୋଟ ସମାନ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.