କଥା ରଖିଲେ ଭାଇଜାନ୍‌, ବନ୍ୟା ପୀଡ଼ିତଙ୍କ ପାଇଁ ନିର୍ମାଣ କଲେ ୭୦ ଘର

କଥା ରଖିଲେ ଭାଇଜାନ୍‌। ବନ୍ୟା ପୀଡ଼ିତଙ୍କ ପାଇଁ ତିଆରି କଲେ ୭୦ ବଖରା ଘର। ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ଫେବ୍ରୁଆରୀରେ ମହାରାଷ୍ଟ୍ରର ଖିଦ୍ରାପୁର ଗାଁ ଲୋକଙ୍କ ଘର ତିଆରି କରାଇଦେବାକୁ କଥା ଦେଇଥିଲେ। ଏବେ ସେ ସେହି ପ୍ରତିଶ୍ରୁତି ପୂରଣ କରିଛନ୍ତି। ସଲମାନ୍‌ ମହାରାଷ୍ଟ୍ରର ବନ୍ୟା ପ୍ରଭାବିତ ଖିଦ୍ରାପୁର ଗାଁ ଲୋକଙ୍କ ଘରର ପୁନଃନିର୍ମାଣରେ ସାହାଯ୍ୟ କରିଛନ୍ତି।

୨୦୧୯ରେ ବନ୍ୟା ପ୍ରଭାବିତ ଏହି ଗାଁକୁ ସଲମାନ୍‌ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଏହି ଘରଗୁଡ଼ିକର ପୁନଃନିର୍ମାଣ କରିବା ନେଇ କ୍ୟାବିନେଟ୍‌ ମନ୍ତ୍ରୀ ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର କ୍ୟାବିନେଟ୍‌ ମନ୍ତ୍ରୀ ରାଜେନ୍ଦ୍ର ପାଟିଲ ଟ୍ଵିଟ୍‌ କରି କହିଛନ୍ତି ୭୦ ପ୍ରଭାବିତ ଘରର କାମ ଆରମ୍ଭ ହୋଇଛି। ସଲମାନଙ୍କ ସାହାଯ୍ୟରେ ସରକାର ୭୦ ପରିବାରର ଘର ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି।

ସଲମାନ ଏକ କମ୍ପାନୀ ସହାୟତାରେ ୨୦୧୯ ବନ୍ୟାରେ ଭାଙ୍ଗିଯାଇଥିବା ଗାଁ ଲୋକଙ୍କ ଘର ତିଆରି କରି ଦେବାକୁ କଥା ଦେଇଥିଲେ। ସେତେବେଳେ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ସୂଚନା ଦେଇଥିଲେ। ସୂଚନାଯୋଗ୍ୟ ଯେ ସଲମାନଙ୍କୁ ଆଗକୁ ବିଗ୍‌ବସ୍‌ ୧୪ରେ ହୋଷ୍ଟ ଭାବେ ଦେଖିବାକୁ ମିଳିବ।

Leave A Reply

Your email address will not be published.