ଟଙ୍କିକିଆ ଚାଉଳକୁ ନେଇ ତେଜୁଛି ରାଜନୀତି 

ଭୁବନେଶ୍ବର(କେନ୍ଯୁଜ୍) : କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଳଚେର ଗସ୍ତରେ କହିଥିଲେ ଓଡିଶାରେ ଯେଉଁ ଟଙ୍କିକିଆ ଚାଉଳ ମିଳୁଛି ଏଥିପାଇଁ କେନ୍ଦ୍ର ସରକାର ୨୫ରୁ ୩୦ଟଙ୍କା ଦେଉଛନ୍ତି । ଏଥିରେ ୮୫ଲକ୍ଷ ରୁ ଅଧିକ ପରିବାର ଲାଭ ପାଉଛନ୍ତି । ଏବେ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିବା ପରେ ବିଜେପି କହିଛି ନିଜର ସ୍ୱାର୍ଥ ହାସଲ ପାଇଁ ବିଜେଡି ଏହା କରୁଛି । କେଉଁମାନଙ୍କୁ ଚାଉଳ ଦିଆଯାଉଛି ତାହା ସର୍ବସାଧାରଣରେ ପ୍ରକାଶ କରାଯାଉ । କଂଗ୍ରେସ କହିଛି ଏବେ ୨୫ ଲକ୍ଷ ଲୋକଙ୍କ କଥା କାହିଁକି ମନେ ପଡିଲା । ଏହା ପ୍ରମାଣିତ କରୁଛି ରାଜ୍ୟରେ ଗରିବୀ ବଢିଛି ।

ଖାଦ୍ୟ ସୁରକ୍ଷାରେ ଯୋଗାଇ ଦିଆଯାଉଥିବା ଚାଉଳ ପାଇଁ ଥିବା ଟଙ୍କା କାହାର? ଏହାକୁ ନେଇ ରାଜନୀତି ଚାଲିଥିବା ବେଳେ, ମୁଖ୍ୟମନ୍ତ୍ରୀ ଆଜି ସ୍ପଷ୍ଟ କରିଛନ୍ତି ତାହା ଓଡ଼ିଶାବାସୀଙ୍କ ଟଙ୍କା।  ଓଡ଼ିଶାବାସୀଙ୍କ ପାଇଁ ଖର୍ଚ୍ଚ କରାଯାଉଛି। ଆଜି ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିବା ଅବସରରେ ଏହା ସ୍ପଷ୍ଟ କରିଛନ୍ତି ନବୀନ । ନୂଆ ଯୋଜନା ଦ୍ୱାରା ଉପକୃତ ହେବେ ଅଧିକ ୨୫ଲକ୍ଷ ହିତାଧିକାରୀ।

ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନେକ ଗରିବ ବାଦ୍‌ ପଡିଥିଲେ। ଏବେ ସେମାନେ ଉପକୃତ ହେବେ। ବିଭିନ୍ନ ଯୋଜନାକୁ ନେଇ ରାଜ୍ୟ-କେନ୍ଦ୍ର ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଚାଉଳ ପାଇଁ କିଏ କେତେ ଟଙ୍କା ଦେଉଛି ତାକୁ ନେଇ ରାଜନୀତି ହେଉଛି। ନବୀନ ଆଜି ସ୍ପଷ୍ଟ କରିଛନ୍ତି, ଏହା ଆପଣଙ୍କର ଟଙ୍କା। ଓଡ଼ିଶାବାସୀଙ୍କ ଟଙ୍କା। ଆପଣମାନଙ୍କ ପାଇଁ ଖର୍ଚ୍ଚ କରାଯାଉଛି। ଜଣେ ବି ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ମୁଁ ଦେବି ନାହିଁ ବୋଲି ନବୀନ କହିଛନ୍ତି।

ରାଜ୍ୟର ୪ଟି ସ୍ଥାନ ବଲାଙ୍ଗିର ବଙ୍ଗୋମୁଣ୍ଡା, ବାଲେଶ୍ୱରର ଜଳେଶ୍ୱର, ମୟୂରଭଂଜର ଖୁଣ୍ଟା ଓ ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ମୁଖ୍ୟମନ୍ତ୍ରୀ, ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏ ଯୋଜନା ଯୋଜନାର ଶୁଭାରମ୍ଭ କରିଛନ୍ତି। ସୁବିଧା ପାଇବେ ୨୫ ଲକ୍ଷ ଗରିବ। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଛନ୍ତି ୧୮ ଲକ୍ଷ। ଅକ୍ଟୋବର ୧୦ ସୁଦ୍ଧା ଚିହ୍ନଟ ପ୍ରକ୍ରିୟା ସରିବ। ଚଳିତ ମାସରୁ ମିଳିବ ଚାଉଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.