ପଦାର୍ଥ ବିଜ୍ଞାନ ପାଇଁ ହେଲା ନୋବେଲ୍ ଘୋଷଣା

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍‌ ଘୋଷଣା । ଚଳିତବର୍ଷ ତିନି ଜଣଙ୍କୁ ପ୍ରଦାନ କରାଯିବ ପଦାର୍ଥ ବିଜ୍ଞାନରେ ନୋବେଲ୍‌ ପୁରସ୍କାର । ଆମେରିକାର ପଦାର୍ଥ ବିଜ୍ଞାନୀ ଆର୍ଥର ଅସକିନ୍‌, ଫ୍ରାନ୍ସର ଜିରାର୍ଡ ମୌରୋଉ ଓ କାନାଡାର ଡୋନା ଷ୍ଟ୍ରିକ୍‌ଲ୍ୟାଣ୍ଡ । ଲେଜର ଫିଜିକ୍ସରେ ଗ୍ରାଉଣ୍ଡବ୍ରେକିଂ ଉଦ୍ଭାବନ ପାଇଁ ସେମାନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ରୟାଲ ସ୍ୱିଡିସ୍‌ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି । ପୁରସ୍କାର ରାଶିର ଅର୍ଦ୍ଧେକ ପାଇବେ ଆମେରିକୀୟ ବୈଜ୍ଞାନିକ ଆର୍ଥକ ଅସକିନ୍‌ । ଆର ଅର୍ଦ୍ଧେକକୁ ଅନ୍ୟ ଦୁଇ ଜଣ ବାଣ୍ଟି ନେବେ । ଆର୍ଥର ଅକସିନ୍‌ କଲୋମ୍ବିଆ ଓ କର୍ଣ୍ଣେଲ୍‌ ୟୁନିଭର୍ସିଟିରେ କାର୍ଯ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.