ଖେଳର ନିଶା ପ୍ରତ୍ୟେକ ଯୁବପିଢୀଙ୍କ ପାଖରେ ରହିଥାଏ। ଖେଳର ନିଶାରେ କିଏ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଦେଉଛନ୍ତି। ଏଭଳି ଏକ ଘଟଣା ଗତ ସୋମବାର ଦିନ ଦିଲ୍ଲୀ ପୋଲିସ ସାମ୍ନାକୁ ଆଣିଛି। ସୂଚନା ମୁତାବକ ଜଣେ ଯୁବକ ନିଜଜେଜେବାପାଙ୍କ ପେନସନ୍ ଖାତାରୁ ୨.୩ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଛନ୍ତି।
ଦିଲ୍ଲୀ ପୋଲିସ ସାଇବର ସେଲ୍ କହିବାନୁଯାୟୀ, ୧୫ ବର୍ଷର ବାଳକ ତାଙ୍କ ଜେଜେବାପାଙ୍କ ପେନ୍ସନ୍ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରିଥିଲା ଏବଂ ଏହି ଟଙ୍କାକୁ ସେ ମାସ ମାସ ଧରି PUBG ଖେଳ ପାଇଁ ବ୍ୟବହାର କରିଥିଲା। ସୂଚନା ମୁତାବକ ଅଭିଯୋଗକାରୀ ତାଙ୍କ ମୋବାଇଲ୍ ଫୋନରେ ୨୭୦୦ ଟଙ୍କା ଆକାଉଣ୍ଟ ବାଲାନ୍ସ ସହିତ ୨୫୦୦ ଟଙ୍କା ଡେବିଟ୍ ହୋଇଥିବା ବାର୍ତ୍ତା ପାଇବା ପରେ ଏହା ସାମ୍ନାକୁ ଆସିଥିଲା। ପରେ ସେ ତୁରନ୍ତ ବ୍ୟାଙ୍କ ନିକଟକୁ ଯାଇ ତାଙ୍କ ପେନ୍ସନ୍ ଆକାଉଣ୍ଟରୁ ୨.୩୪ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା କହିଥିଲେ। ଏଥିସହ ସେ ପୋଲିସ ନିକଟରେ କୌଣସି ପ୍ରକାର କାରବାର କରିନାହାନ୍ତି କି ଥରେ ବି ପାସଓ୍ଵାର୍ଡ (OTP) ମଧ୍ୟ ପାଇ ନଥିବା କହିଛନ୍ତି।
ରିପୋର୍ଟ ଅନୁଯାୟୀ ସାଇବର ସେଲରୁ ଜଣାପଡିଛି ଯେ ଦୁଇମାସ ମଧ୍ୟରେ ୨୩ ବର୍ଷିୟ ପଙ୍କଜ କୁମାରଙ୍କ ନାମରେ ପଞ୍ଜିକୃତ ହୋଇଥିବା ଏକ ପେଟିଏମ୍ ଆକାଉଣ୍ଟକୁ ଅଭିଯୋଗକାରୀଙ୍କ ଆକାଉଣ୍ଟରୁ ୨,୩୪,୪୯୭ ଟଙ୍କା ଟ୍ରାନ୍ସଫର କରାଯାଇଛି।
ଉକ୍ତ ଘଟଣାରେ ସାଇବର ସେଲ୍ ପଙ୍କଜ କୁମାରଙ୍କୁ ଗିରଫ କରିବା ପରେଜାଣିବାକୁ ପାଇଲା ଯେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ପେଟିଏମ୍ ଆକାଉଣ୍ଟ ଆଇଡି ଏବଂ ପାସୱାର୍ଡ ମାଗିଥିଲେ ।
ପୋଲିସ ସୂଚନା ଅନୁଯାୟୀ, ଏହି ବ୍ୟକ୍ତି PUBG ପାଇଁ ଗୁଗୁଲ୍ ପ୍ଲେରେ ପେମେଣ୍ଟ କରିବା ପାଇଁ ପଙ୍କଜଙ୍କ ଆକାଉଣ୍ଟ ବ୍ୟବହାର କରିଥିଲେ। PUBG ଖେଳିବା ପାଇଁ ତାଙ୍କ ଜେଜେବାପାଙ୍କ ଆକାଉଣ୍ଟରୁ ଏହି ଟଙ୍କା ସ୍ଥାନାନ୍ତର କରିଥିବା ପୋଲିସ ନିକଟରେ ସ୍ୱିକାର କରିଛନ୍ତି। ଏଥିସହ ସେ କହିଛନ୍ତି ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ ହେବାର ସନ୍ଦେହକୁ ଏଡାଇବା ପାଇଁ ସେ ତାଙ୍କ ଜେଜେବାପାଙ୍କ ମୋବାଇଲ୍ ଫୋନରୁ OTP ବାର୍ତ୍ତା ଡିଲିଟ୍ କରୁଥିଲେ। ପରେ ଉକ୍ତ ଯୁବକଙ୍କୁ ଅଭିଯୋଗକାରୀଙ୍କ ନାତି ବୋଲି ଚିହ୍ନଟ କରି ପୋଲିସ ଗିରଫ କରିଛି।