ଲକଅପ୍‌ରେ କଟିଲା ରିୟାଙ୍କ ରାତି, ଆଜି ଯିବେ ଭାୟରଖଲା ଜେଲ୍

ମୁମ୍ବାଇ :ବଲିଉଡ୍ ଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ରିୟାଙ୍କ ନାଁରେ ଆସିଥିଲା ଡ୍ରଗ୍ସ କିଣାବିକା ଓ ସେବନ ଭଳି ସଙ୍ଗୀନ ଅଭିଯୋଗ ।

ଗତକାଲି ରିୟାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ତାଙ୍କ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଦିଆଯାଇଛି। ଗତକାଲି ରାତି ତମାମ ଲକଅପ୍‌ରେ କାଟିଥିଲେ । ଆଜି ତାଙ୍କୁ ମୁମ୍ବାଇର ଭାୟରଖଲା ଜେଲ ପଠାଯିବ । ତେବେ ତାଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି।

sushantସୂଚନା ଥାଉକି, ବହୁ ଦିନର ଅନ୍ତ ପରେ ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କୁ ଗିରଫ କରାଯାଇଛି। ଡ୍ରଗ୍ସ ଲିଙ୍କ ନେଇ ରିୟାଙ୍କୁ ଏନସିବି ପଚରାଉଚରା କରୁଥିଲା। ଗତ ଦୁଇ ଦିନ ହେଲାଣି ରିୟାଙ୍କୁ ମାରାଥନ ଜେରା କରୁଥିଲା ଏନସିବି। ରିୟାଙ୍କ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ରିୟାଙ୍କୁ ତିନି ଦିନ ଜେରା ପରେ ଗିରଫ କଲା ଏନସିବି। ପୂର୍ବରୁ ରିୟାଙ୍କ ଭାଇ ସୌଭିକଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି ଏନସିବି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.