ପୁରୀରେ କୋଭିଡ୍ କଟକଣା ଭିତରେ ପାଳନ କରାଯିବ ଦୁର୍ଗାପୂଜା, ଜାଣନ୍ତୁ କଣ ରହିଛି ଗାଇଡଲାଇନ

ପୁରୀ (କେନ୍ୟୁଜ୍) : ସହରରେ କୋଭିଡ କଟକଣା ମଧ୍ୟରେ ପାଳନ କରାଯିବ ଦୁର୍ଗାପୂଜା। ଏନେଇ ଉପଜିଲ୍ଲାପାଳ ଭବତରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗାପୂଜା ପାଳନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା।

ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ଏବଂ କୌଣସି ପରିସ୍ଥିତିରେ ମଣ୍ଡପ ନିକଟରେ ୭ ଜଣରୁ ଅଧିକ ଲୋକ ଉପସ୍ଥିତ ରହିବେ ନାହିଁ। ମଣ୍ଡପରେ ପୂଜା ଆୟୋଜନ ପାଇଁ ଜିଲ୍ଲାପାଳଙ୍କଠାରୁ ଆବଶ୍ୟକୀୟ ଅନୁମତି ନେବାକୁ ହେବ। ମନୋରଞ୍ଜନ କାଯ୍ୟର୍କ୍ରମ, ଡାକବାଜି ଯନ୍ତ୍ର, ସର୍ବସାଧାରଣଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି।

ସାମାଜିକ ଦୂରତାକୁ ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଗାଇଡଲାଇନରେ ଉଲଂଘନ ହେଲେ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭସାଣି ସମୟରେ କୌଣସି ଶୋଭାଯାତ୍ରା ହେବନାହିଁ। ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ସ୍ଥାନମାନଙ୍କରେ କେବଳ ମୂର୍ତ୍ତି ବିସର୍ଜନ କରାଯିବ।

 

 

Leave A Reply

Your email address will not be published.