ହ୍ୟୁଣ୍ଡାଇ କାର କିଣୁଥିଲେ ସାବଧାନ! SUV ରେ ଆପେ ଆପେ ଲାଗିଯାଉଛି ନିଆଁ

ହ୍ୟୁଣ୍ଡାଇ କାର କିଣୁଥିଲେ ସାବଧାନ! ଏବେ ହ୍ୟୁଣ୍ଡାଇ ଏସ୍‌ୟୁଭିରେ ଆପେ ଆପେ ଲାଗିଯାଉଛି ନିଆଁ। ଏଣୁ ଚଳିତମାସରେ ଦ୍ୱିତୀୟ ଥର ପାଇଁ ହ୍ୟୁଣ୍ଡାଇ ତରଫରୁ ଏସ୍‌ୟୁଭି ମାଲିକଙ୍କୁ ନିଜ ନିଜ କାରକୁ ଘର ବାହାରେ ପାର୍କିଂ କରିବାକୁ କୁହାଯାଇଛି। ଏହା ପଛର କାରଣ ସମ୍ପର୍କରେ କମ୍ପାନୀ ତରଫରୁ ସୂଚନା ଦେବା ଅବସରରେ କୁହାଯାଇଛି ଯେ କାରର କମ୍ପ୍ୟୁଟରରେ ଇଲେକ୍ଟ୍ରିକାଲ ସକ୍‌ ଯୋଗୁ ନିଆଁ ଲାଗିଯିବାର ଆଶଙ୍କା ରହିଛି। ଏଣୁ ସୁରକ୍ଷା ଦୃଷ୍ଟିରୁ ମାଲିକ ମାନେ କାରକୁ ଘର ବାହାରେ ପାର୍କିଂ କରନ୍ତୁ।

hyundai

ଏହି ସମସ୍ୟାକୁ ସମାଧାନ କରିବା ପାଇଁ କୋରିଆନ୍‌ ଗାଡ଼ିନିର୍ମାତା କମ୍ପାନୀ ୨୦୧୯ରୁ ଏପର୍ଯ୍ୟନ୍ତ ବିକ୍ରି ହୋଇଥିବା ପ୍ରାୟ ୧,୮୦,୦୦୦ ଟକ୍‌ସନ୍‌ ଏସ୍‌ୟୁଭି କାରକୁ ଫେରାଇ ଆଣିଛି। କମ୍ପାନୀ ତରଫରୁ କୁହାଯାଇଛି ଇଞ୍ଜିନ୍‌ ବନ୍ଦ ଥିଲେ ମଧ୍ୟ ଆଣ୍ଟି ଲକ୍‌ ବ୍ରେକ୍‌ ସର୍କିଟ୍‌ ବୋର୍ଡରେ ସଟ୍‌ ସର୍କିଟ୍‌ ଯୋଗୁ ନିଆଁ ଲାଗିବା ସମ୍ଭାବନା ରହିଛି। ପ୍ରାୟ ଡଜନେରୁ ଊର୍ଦ୍ଧ୍ୱ ଏଭଳି ମାମଲା ସାମ୍ନାକୁ ଆସିଛି। ମାତ୍ର ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

ଏଥିସହ ହ୍ୟୁଣ୍ଡାଇ କହିଛି ଯେ ଯଦି ଆଣ୍ଟି-ଲକ୍‌ ବ୍ରେକ୍‌ ଚେତାବନୀ ଲାଇଟ୍‌ ଜଳୁଛି ତେବେ ଗାଡ଼ି ଚଲାନ୍ତୁ ନାହିଁ। ଏହି ଲାଇଟ୍‌ ଜଳିଲେ ବ୍ୟାଟେରୀକୁ ଡିସ୍‌କନେକ୍ଟ କରିବାକୁ କମ୍ପାନୀ ତରଫରୁ କୁହାଯାଇଛି।

Leave A Reply

Your email address will not be published.