Below header

KFCରୁ ଅର୍ଡର କରିଥିଲେ ଚିକେନ ପକୋଡା କିନ୍ତୁ ଭିତରୁ ବାହାରିଲା ପୋକ

ଯଦି ଆପଣ ମଧ୍ୟ KFC ରେ ଖାଇବାକୁ ଭଲ ପାଆନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଯଦି ଆପଣ KFC ରୁ ଖାଇବା ଅର୍ଡର କରୁଛନ୍ତି ତେବେ ଏହି ଜିନିଷ ମଧ୍ୟ ଆପଣଙ୍କ ଖାଦ୍ୟରୁ ବାହାରିପାରେ l ସୂଚନା ଅନୁଯାୟୀ କେମ୍ବ୍ରିଜର ଜଣେ ଯୁବତୀ KFCରୁ ଏକ ପପକର୍ଣ୍ଣ ଚିକେନ୍ ସ୍ନାକ୍ ବକ୍ସ ଅର୍ଡର କରିଥିଲେ କିନ୍ତୁ ଯେତେବେଳେ ସେ ନିଜ ଚିପ୍ସ ଭିତରେ କିଛି ହଲୁଥିବାର ଦେଖିଲେ ସେତେବେଳେ ତାଙ୍କର ହୋସ ଉଡିଯାଇଥିଲା l ତେବେ ଏହା ଆଉ କିଛିନୁହେଁ କିଛି ଛୋଟ ପୋକ ଥିଲେ l ଯୁବତୀ ଜଣକ ଚିପ୍ସ ଖାଉଥିବା ସମୟରେ ଏହାକୁ ଦେଖିଥିଲେ ଏବଂ ତୁରନ୍ତ ସେ ବକ୍ସଟିକୁ ଫୋପାଡ଼ି ଦେଇଥିଲେ l ତେବେ ଏହା ପ୍ରଥମଥର ନୁହେଁ ପୂର୍ବରୁ ମଧ୍ୟ KFC ଖାଦ୍ୟକୁ ନେଇ ଏଭଳି ଅଭିଯୋଗ ଆସିଥିଲା ।

$20 Fill Up™ - KFC.com

ସୁସ୍ବାଦୁ ଖାଦ୍ୟ ପାଇଁ KFC ସମଗ୍ର ବିଶ୍ୱରେ ପ୍ରସିଦ୍ଧ l ଏହାର ଆଉଟଲେଟ୍ ଅନେକ ସ୍ଥାନରେ ରହିଛି ଯେଉଁଠାରେ ଲୋକମାନେ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରନ୍ତି l ତେବେ KFC ନିଜର ସ୍ୱାଦିଷ୍ଟ ଖାଦ୍ୟ ପାଇଁ ଯେତିକି ପ୍ରସିଦ୍ଧ ତାଠାରୁ ଅଧିକ ଖରାପ ଖାଇବା କଥା ମଧ୍ୟ ଚର୍ଚ୍ଚା ହୋଇଥାଏ l ଅନେକ ଥର ଗ୍ରାହକମାନେ ଏହାର ଖାଦ୍ୟ ବିଷୟରେ ଅଭିଯୋଗ କରିଛନ୍ତି। ନିକଟରେ କେମ୍ବ୍ରିଜରେ ଥିବା ଏକ KFC ଫାଷ୍ଟଫୁଡ୍ ଚେନରୁ ଜଣେ ଯୁବତୀ ଏକ ପପ୍କର୍ଣ୍ଣ ଚିକେନ୍ ସ୍ନାକ୍ ବକ୍ସ ଅର୍ଡର କରିଥିଲେ କିନ୍ତୁ ଏହାକୁ ଖାଇବା ମାତ୍ରେ ସେ ଚିପ୍ସରେ କିଛି ପୋକ ଦେଖିଥିଲେ। ଅଳ୍ପ ମାତ୍ରାରେ ଖାଇଥିଲେ ମଧ୍ୟ ଏହାକୁ ଖାଇଥିବାରୁ ଯୁବତୀ ଜଣକ ଅସୁସ୍ଥ ହୋଇପଡିଥିଲେ l ତାପର ଦିନ ଯୁବତୀ ଜଣକ ଫୋନ କରି ଏନେଇ KFCରେ କମ୍ପ୍ଲେନ କରିଥିଲେ କିନ୍ତୁ କମ୍ପାନୀ ତାଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ ଏପରିକି ଖରାପ ଖାଦ୍ୟ ପାଇଁ ତାଙ୍କୁ ପଇସା ଫେରସ୍ତ ମଧ୍ୟ କରିନଥିଲେ l

<p>केएफसी जितना अपने टेस्ट के लिए मशहूर है उससे कहीं ज्यादा खराब खाने को लेकर सुर्खियों में रहा है। कई बार कस्टमर इसके खाने की शिकायत कर चुके हैं।</p>

ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ମୋଙ୍ଗୋଲିଆର କେଏଫସି ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବା ପରେ 200 ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିଲେ । ଯାହା ପରେ ସେଠାରେ KFC ବନ୍ଦ ହୋଇଯାଇଥିଲା l ତା ବ୍ୟତୀତ କାଲିଫର୍ନିଆର ଡେବୋରିଶ ଡିକ୍ସନ ମଧ୍ୟ ଏକ ଫଟୋ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଦାବି କରିଥିଲେ ଯେ କେଏଫସିରୁ ଚିକେନ୍ ଅର୍ଡର କରିଥିଲେ କିନ୍ତୁ ସେଥିରୁ ସେ ଏକ ମୂଷା ପାଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.