Below header

କଟକ: ଡଃ ଦେବ ମହାନ୍ତି ପବ୍ଲିକ ସ୍କୁଲରେ ସୁଚାରୁ ରୂପେ ଶେଷ ହେଲା NEET ପରୀକ୍ଷା

କଟକ( କେ ନ୍ୟୁଜ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଖଣ୍ଡସାହିସ୍ଥିତ ଡଃ ଦେବ ମହାନ୍ତି ପବ୍ଲିକ ସ୍କୁଲରେ ନିଟ ପରୀକ୍ଷା-2020 ର ସୁଚାରୁ ରୁପେ ଶେଷ ହୋଇଛି l ଆୟୋଗଙ୍କ ପକ୍ଷରୁ ଆୟୋଜିତ କରାଯାଇଥିବା ସମସ୍ତ ନିୟମ ସହିତ ପରୀକ୍ଷା ଅନୁଷ୍ଠିତ ହୋଇଛି l କରୋନା ମହାମାରୀ ସତ୍ୱେ ଦୁଇ ଧାଡି କରି ପୁଅ ଓ ଝିଅ ଙ୍କ ଲମ୍ବା ଲାଇନ ସହିତ ସାମାଜିକ ଦୂରତ୍ୱ ରକ୍ଷା କରିଥିଲେ l ଗେଟ ଏଣ୍ଟ୍ରି ପୂର୍ବରୁ ୩ ଶହ ପରୀକ୍ଷାର୍ଥୀଙ୍କୁ ମାକ୍ସ, ହ୍ୟାଣ୍ଡ ଗୋଲବସ ଓ ସାନିଟାଇଜେସନ କରି ପରୀକ୍ଷା ହଲକୁ ପ୍ରବେଶ କରିଥିଲେ l

୨୪ ଗୋଟି ପରୀକ୍ଷା ହଲରେ CCTV ଲଗାଯାଇଛି l ପୋଲିସ କର୍ମଚାରୀ ଓ ସିକ୍ୟୁରୀଟି ଗାର୍ଡ ସୁରକ୍ଷା ପାଇଁ ନିୟୋଜିତ ଥିଲେ l ବିଶେଷ କରି ଡଃ ଦେବ ମହାନ୍ତି ପବ୍ଲିକ ସ୍କୁଲରେ ପ୍ରଥମ କରି NEET ପରୀକ୍ଷା ହୋଇଥିବାରୁ ଵିଦ୍ୟାଳୟର ଅଧ୍ୟକ୍ଷ ସମେତ ସମସ୍ତ କର୍ମଚାରୀଙ୍କ ମନରେ ଉତ୍ସାହ ଦେଖାଦେଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.