ପୁରୁଷ ନା ମହିଳା, କିଏ ଠିକ ଢଙ୍ଗରେ ଚଲାଏ ଗାଡ଼ି ? ରିସର୍ଚ୍ଚରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ

ଯେତେବେଳେ ବି କେହି ଝିଅ ଗାଡ଼ି ଚଲାଇବା କଥା ଉଠେ, ସବୁଠି ସେଇ ଗୋଟିଏ କଥା ଯେ ଝିଅମାନଙ୍କୁ ଠିକ ଭାବେ ଗାଡି ଚଲାଇ ଆସେ ନାହିଁ। କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି, ଯାହାର ଫଳାଫଳ ହୁଏତ କୌଣସି ପୁରୁଷକୁ ପସନ୍ଦ ଆସି ନ ପାରେ।ରିସର୍ଚ୍ଚ ଅନୁସାରେ, ଜଣେ ମହିଳା କୌଣସି ବି ପୁରୁଷ ତୁଳନାରେ ବହୁତ ଭଲ ଢଙ୍ଗରେ ଗାଡି ଡ୍ରାଇଭ କରିପାରିଥାଏ। ଏହି ନିଆରା ରିସର୍ଚ୍ଚ Frontiers in Physiology ନାମକ ଏକ ରିସର୍ଚ୍ଚ ପତ୍ରିକାରେ ପ୍ରକାଶିତ ହୋଇଛି।

xs

ଯୁବକମାନେ ଗାଡି ଚଲାଇବା ବେଳେ ଅଧିକ ଅନ୍ୟମନସ୍କ ରହିବାର ସମ୍ଭାବନା ଥାଏ। ପ୍ରାୟ ସବୁ ସମୟରେ ଡ୍ରାଇଭ କ୍ଷେତ୍ରରେ ମହିଳାଙ୍କୁ ହିଁ ଶୁଣିବାକୁ ପଡିଥାଏ। କିନ୍ତୁ ଏହି ରିସର୍ଚ୍ଚ ଆପଣଙ୍କ ଭ୍ରମକୁ ଦୂର କରିଦେବ। ସାଧାରଣତଃ ଲୋକଙ୍କ ଧାରଣା ରହିଥାଏ କି, କାର ଏବଂ ସ୍କୁଟି ଚଲାଉଥିବା ମହିଳାମାନେ କୌଣସି ବି ଟ୍ରାଫିକ ନିୟମ ଭାଙ୍ଗିଦେବେ। କିନ୍ତୁ ଏବେ ଏହା ଭୁଲ ପ୍ରମାଣିତ ହୋଇଛି।

22

ତେବେ ଗବେଷକମାନଙ୍କ କହିବା ହେଲା, ମହିଳାମାନେ ଦାୟିତ୍ବସମ୍ପନ୍ନ। ଏମାନଙ୍କ ତୁଳନାରେ ପୁରୁଷ ଏବଂ ଯୁବକମାନେ ଏଠିସେଠି ଧ୍ୟାନ ଦେବା କିମ୍ବା ଗପିବାର ସମ୍ଭାବନା ଅଧିକ ରହିଥାଏ। ଏହି କଥାକୁ ନରୱେର Institute of Economicsର ବିଶେଷଜ୍ଞମାନେ ପ୍ରମାଣିତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.