୨୧ ସେପ୍ଟେମ୍ବରରୁ ଚାଲିବ କ୍ଲୋନ୍‌ ଟ୍ରେନ୍‌, ୧୦ ଦିନ ପୂର୍ବରୁ କରିବାକୁ ପଡିବ ଟିକେଟ୍‌ ବୁକିଂ

ଇଣ୍ଡିଆନ ରେଲେଓ୍ଵ ଆସନ୍ତା ୨୧ ସେପ୍ଟେମ୍ବରରୁ ୪୦ କ୍ଲୋନ ଟ୍ରେନ୍‌ ଚଲାଇବାକୁ ନିଷ୍ପତ୍ତି ନେଇଛି, ଯାହାର ସୂଚନା ଜାରି କରାଯାଇଛି। େଓ୍ଵଟିଂ ଲିଷ୍ଟର ସମସ୍ୟାରୁ ମୁକ୍ତି ପାଇବା ପାଇଁ ରେଳ ମନ୍ତ୍ରାଳୟପକ୍ଷରୁ କ୍ଲୋନ ଟ୍ରେନ ଚଳାଇବାର ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍‌ ଶ୍ରମିକ ଏବଂ ସ୍ପେଶାଲ ଟ୍ରେନ୍‌ ବ୍ୟତୀତ ଅଲଗା ଚଳାଚଳ ହେବ। ଏହି ୪୦ଟି କ୍ଲୋନ୍‌ ଟ୍ରେନ ମଧ୍ୟରୁ ୩୮ଟି ଟ୍ରେନରେ ଯାତ୍ରାର ମୂଲ୍ୟ ପୂର୍ବ ଟ୍ରେନର ମୂଲ୍ୟ ସହ ସମାନ ରହିବ।

ନୂଆଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ଟ୍ରେନ୍ରେ ଜନଶତାବ୍ଦୀ କୋଚ୍ ବ୍ୟହବାର କରାଯିବ ଓ ତାହାର ଟିକଟ ଦାମ୍ ଜନଶତାବ୍ଦୀ ଟିକଟ ଭଳି ରହିଛି। ଏହି ଟ୍ରେନରେ ୧୦ ଦିନ ପୂର୍ବରୁ ଟିକେଟ୍‌ ବୁକିଂ କରାଯିବ। ଏଥିରେ ଷ୍ଟପେଜ୍‌ ମଧ୍ୟ ସିମିତ ରହିବ। ଏହି ଟ୍ରେନ କେବଳ ରାସ୍ତାରେ ଆସୁଥିବା ମୁଖ୍ୟ ଷ୍ଟେସନରେ ଅଟକିବ। ଏହି ଟ୍ରେନ ପାଇଁ ଟିକେଟ୍‌ ବୁକିଂ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବ।

irctc-ଜାଣନ୍ତୁ କ୍ଲୋନ୍‌ ଟ୍ରେନ୍‌ କ’ଣ?

ଯେଉଁ ଟ୍ରେନରେ ଯାତ୍ରୀଙ୍କ େଓ୍ଵଟିଂ ଲିଷ୍ଟ ବହୁତ ଲମ୍ବା ଥାଏ ସେମାନଙ୍କ ପାଇଁ ଆଉ ଏକ ଟ୍ରେନ ଚଳାଚଳ ହେବ। ଏହାକୁ କ୍ଲୋନ ଟ୍ରେନ ନାମ ଦିଆଯାଇଛି। ଏହି କ୍ଲୋନ ଟ୍ରେନ ପୂର୍ବ ଟ୍ରେନ ଅପେକ୍ଷା ପ୍ରଥମେ ଚାଲିବ, ଯାହାଦ୍ୱାରା ଅଧିକାଂଶ ଲୋକମାନେ ସିଟ୍‌ ପାଇପାରିବେ।

Leave A Reply

Your email address will not be published.