ଇଣ୍ଡିଆନ୍ ପ୍ରିମୟର ଲିଗ (IPL 2020) ର ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ଫ୍ରାଞ୍ଚାଇଜ୍ ଗତକାଲି ଖେଳାଳିମାନଙ୍କୁ ସମ୍ମାନିତ କରିଛି। ଦଳରେ ସମସ୍ତଙ୍କ ଅବଦାନ ପାଇଁ ଫ୍ରାଞ୍ଚାଇଜ୍ ଖେଳାଳିମାନଙ୍କୁ ସମ୍ମାନିତ କରିଛି। ଏଥିରେ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି , ରବିନ୍ଦ୍ର ଜାଡେଜା, ସେନ ଓ୍ଵାଟସନ, େଓ୍ଵଷ୍ଟଇଣ୍ଡିଜର ଅଲରାଉଣ୍ଡର ଖେଳାଳି ଯିଏ ୫୦୦ ଟି ୨୦ ଓ୍ଵିକେଟ୍ ନେଇ ପ୍ରଥମ କ୍ରିକେଟର ହୋଇଥିଲେ ଡେଓ୍ଵନ ବ୍ରାଭୋଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।
ସୂଚନା ମୁତାବକ ଜାଡେଜାଙ୍କ ଅବଦାନ ପାଇଁ CSK ତାଙ୍କୁ ବହୁତ ସୁନ୍ଦର ଉପହାରରେ ସମ୍ମାନିତ କରିଛି| ଜାଡେଜାଙ୍କୁ ତଲଓ୍ଵାରବାଜି(ଅସ୍ତ୍ର ଚାଳନା)କୁ ବହୁତ ସୌକ୍। ଏହି କାରଣରୁ ଫ୍ରାଞ୍ଚାଇଜ୍ ଜାଡେଜାଙ୍କର ଏହି ସୌକ୍ କୁ ଧ୍ୟାନରେ ରଖି ତାଙ୍କୁ ଏକ ଖଣ୍ଡା ଦ୍ୱାରା ସମ୍ମାନିତ କରିଛି।
IPL ରେ ୧୦୦ରୁ ଅଧିକ ଓ୍ଵିକେଟ୍ ନେଇଥିବା ଏବଂ ୧୯୦୦ରୁ ଅଧିକ ରନ୍ କରିଥିବା ରବିନ୍ଦ୍ର ଜାଡେଜା ହେଉଛନ୍ତି ଏକମାତ୍ର ଭାରତୀୟ ଖେଳାଳି। ଏହାବ୍ୟତୀତ ସେ IPL ରେ ଏକମାତ୍ର ବାମହାତରେ ବୋଲିଂ କରୁଥିବା ଖେଳାଳି। ଏହି ପୁରସ୍କାର ପାଇବା ପରେ ରବିନ୍ଦ୍ର ଜାଡେଜା ବହୁତ ଖୁସି ହେବା ସହ ସୋସିଆଲ ମିଡିଆରେ ନିଜର ଖୁସି ଜାହିର୍ କରିଛନ୍ତି। ଏଥିସହ ସେ ଏକ ଭିଡିଓ ସେୟାର କରିବା ସହ ଲେଖିଛନ୍ତି, ମତେ ଏହି ଆଓ୍ଵାର୍ଡ ଦେଇଥିବାରୁ CSKକୁ ବହୁତ ବହୁତ ଧନ୍ୟବାଦ। ଏହି ଆଶ୍ଚର୍ଯ୍ୟଜନକ ଫ୍ରାଞ୍ଚାଇଜ୍ ପାଇଁ ଖେଳିବା ମୋ ପାଇଁ ଗୌରବର ବିଷୟ | ଏହା ମୋ ପାଇଁ ଏକ ସୁଯୋଗ, ଯାହାକୁ ମୁଁ ଭଲପାଏ |
IPL ର ଏହି ସିଜିନର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ (ସେପ୍ଟେମ୍ବର ୧୯) ଆବୁଧାବିରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରି କିଙ୍ଗ୍ସି ମଧ୍ୟରେ ଖେଳାଯିବ। ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଚତୁର୍ଥ ଟାଇଟଲ୍ ସନ୍ଧାନରେ ଗ୍ରାଉଣ୍ଡକୁ ଓହ୍ଲାଇବ।