କୋଭିଡ କଟକଣାକୁ ଫୁ: ମହାମାରୀ ସମୟରେ ଶହଶହ ଲୋକଙ୍କୁ ନେଇ ଡିଜେ ଡ୍ଯାନ୍ସର ତାଳେ ତାଳେ ଜମିଲା ବିଶ୍ବକର୍ମା ଭସାଣି ଉତ୍ସବ
ଜଳେଶ୍ବର: ମହାମାରୀ କୋରାନା ସମୟରେ ଚାଲିଲା ବିଶ୍ବକର୍ମା ଭସାଣି ଉତ୍ସବ। ଶହଶହ ଲୋକଙ୍କୁ ନେଇ ଭିଡ଼ ଜମାଇ ହେଲା ଡିଜେ ଡ୍ଯାନ୍ସ । ନା ଥିଲା ସାମାଜିକ ଦୂରତା , ନା କେହି ଜଣେ ହେଲେ ପିନ୍ଧି ଥିଲେ ମାସ୍କ। ଡିଜେ ଗୀତର ତାଳେ ତାଳେ ଝୁମି ଯାଉଥିଲେ ଅନେକ ସଂଖ୍ୟାରେ ଲୋକ। କରୋନା ମହାମାରୀର ଭୟ ନଥିଲା କାହାରିକୁ। ଖୁଲମ ଖୁଲା ଭାବେ ଚାଲିଥିଲା ଏହି ଭସାଣି ଉତ୍ସବ। ସତେ ଯେମିତି କୋରାନା ପୃଥିବୀରୁ ଉଭେଇ ଯାଇଛି, ଆଉ ସରକାର ସମସ୍ତ କଟକଣାକୁ କୋହଳ କରିଦେଇଛନ୍ତି।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଚୌମୁଖ ଏବଂ ଡଗରା ଗ୍ରାମରେ । ବିଶ୍ୱକର୍ମା ପୂଜା କରି ଭସାଣି ଉତ୍ସବରେ ଡିଜେ ବଜାଇ ନାଚି ବେଶ ମଜା ନେଇଥିଲେ ଶହଶହ ସଂଖ୍ଯକ ଲୋକେ। ଆଉ ସତେ ଯେମିତି ପୋଲିସ ପ୍ରଶାସନ ଆଖି ବୁଜିଦେଇଥିଲା। ଯାହାର ମୌକା ନେଇ ଆରମ୍ଭ ହୋଇଯାଇଥିଲା ସାମାଜିକ ଦୂରତା ନିୟମର ଉଲଂଘନ। ନା କେହି ରୋକିବା ପାଇଁ ଥିଲେ ନା କେହି ସଚେତନ କରିବାପାଇଁ ଥିଲେ। କୋଭିଡ କଟକଣାକୁ ଫୁ କରି ସଭିଏଁ ମିଶି ଡିଜେ ଡ୍ଯାନ୍ସର ମଜା ନେଉଥିଲେ।
ତେବେ ଏଠି ପ୍ରଶ୍ନ ଉଠୁଛି କୋଭିଡ ନିୟମକୁ ଉଲଘଂନ କରି ବିନା ପରମିଶନରେ କେମିତି ଶହଶହ ଲୋକ ଡିଜେ ବଜାଇ ଭସାଣି ଉତ୍ସବ କଲେ ଏବଂ ସ୍ଥାନୀୟ ପୋଲିସ ଓ ପ୍ରଶାସନ କେମିତି ଏ ବାବଦରେ ଜାଣି ପାରିଲେ ନାହିଁ ?