ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Play Station 5 ଏବଂ Play Station 5 ଡିଜିଟାଲ ଏଡିସନ, ଜାଣନ୍ତୁ କଣ ସବୁ ରହିଛି ଏହାର ସ୍ପେଶାଲ ଫିଚର୍ସ

କିଛି ଦିନ ପୂର୍ବସୋନି ରୁ କମ୍ପାନୀ ଆଗାମି ପ୍ଲେ ଷ୍ଟେସନ ୫କୁ ନେଇ ଏକ ସ୍ପେଶାଲ ‌ଇଭେଣ୍ଟର ଆୟୋଜନ କରିଥିଲା। ଏହି ଇଭେଣ୍ଟ ମାଧ୍ୟମରେ କମ୍ପାନୀ ନିଜ ପ୍ଲେ ଷ୍ଟେସନ ଫିଚର୍ସ ବାବଦରେ କିଛି ତଥ୍ୟ ଦେଇଥିଲା । ଏହି ଇଭେଣ୍ଟରେ ନିଜର ନୂତନ ପ୍ଲେ ଷ୍ଟେସନର ବଜାରରେ ହେବାକୁ ଯାଉଥିବା ରିଲିଜ ତାରିଖ ସହିତ ଏହାର ଦାମ୍‌ ବିଷୟରେ ମଧ୍ୟ କମ୍ପାନୀ ଘୋଷଣା କରିଛି ।  ଖୁବ ଶୀଘ୍ର ବଜାରରେ PS5 ଏବଂ PS5 ଡିଜିଟାଲ ଏଡିସନ ଲଞ୍ଚ ହେବାକୁ ଯାଉଛି ।

Play station 5 ର ମୂଲ୍ୟ:

PS5 ର ମୂଲ୍ୟ ଯୁକ୍ତରାଷ୍ଟ୍ରରେ ୪୯୯.୯୯ ଡଲାର ( ଭାରତୀୟ ମୁଦ୍ରା ଅନୁସାରେ ପାଖାପାଖି ୩୬,୮୦୦ ଟଙ୍କା) , ବ୍ରିଟେନରେ £୪୪୯.୯୯ ( ପାଖାପାଖି ୨୯,୫୦୦ ଟଙ୍କା) , ୟୁରୋପରେ€ ୩୯୯.୯୯(ପାଖାପାଖି ୩୪,୮୦୦ ଟଙ୍କା), ଅଷ୍ଟ୍ରେଲିଆରେ ୫୯୯.୯୫ ଡଲାର ( ପାଖାପାଖି ୩୨,୩୦୦ ଟଙ୍କା) ଏବଂ ଜାପାନରେ ୩୯, ୩୮୦ (ପାଖାପାଖି ୨୮,୦୦୦ ଟଙ୍କା) ରହିବ ବୋଲି ଜଣାଯାଇଛି ।

ଲଞ୍ଚ ହେବାର ତାରିଖ:

ଆମେରିକା , କାନାଡା, ଜାପାନ, କୋରିଆ, ମେକ୍ସିକୋ, ଅଷ୍ଟ୍ରେଲିଆ ଏବଂ ନିଉଜଲ୍ୟାଣ୍ଡରେ ନଭେମ୍ବର ୧୨ ତାରିଖରେ ଲଞ୍ଚ ହେବାକୁ ଯାଉଛି ଏବଂ ପୃଥିବୀର ଅନ୍ୟ ଦେଶ ମାନଙ୍କରେ ନଭେମ୍ବର ୧୯ ତାରିଖରେ ଲଞ୍ଚ ହେବ । ତେବେ ପରେ ଭାରତକୁ ଏଥିରେ ସାମିଲ କରିବାର କୌଣସି ନିଶ୍ଚିତ ହୋଇନାହିଁ ।

PS5 ଏବଂ PS5 ଡିଜିଟାଲ ଏଡିସନର ଦାମ Play-station 5 ଶୋକେସ ଅନଲାଇନ ଇଭେଣ୍ଟରେ ଘୋଷଣା ହୋଇଥିଲା । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ମୂଲ୍ୟ ଘୋଷଣା ନହୋଇଥିଲେ ମଧ୍ୟ ଏହାର ସୂଚନା Amazon, Flip-kart, Sony, Center, Reliance Digital, Croma ଏବଂ Games The Shop ମାଧ୍ୟମରେ ପାଇପାରିବେ । ତେବେ ଏହାର ନୂଆ ମୂଲ୍ୟ ଏବଂ ଲଞ୍ଚର ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.