Below header

AIIMS ପରେ ଏବେ CBI ବି ମାନିଲା, ସୁଇସାଇଡ୍‌ କରିଛନ୍ତି ସୁଶାନ୍ତ ସିଂହ ରାଜପୁତ୍‌

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୁଶାନ୍ତ ସୁଇସାଇଡ୍‌ କରିଛନ୍ତି ବୋଲି ସିବିଆଇ ବି କହିଛି। ଏହା ପୂର୍ବରୁ ଏମ୍ସ ମଧ୍ୟ ନିଜ ଫାଇନାଲ ରିପୋର୍ଟରେ ଏହା ହତ୍ୟା ନୁହେଁ ବୋଲି କହିଥିଲା। ଏମ୍‌ସ ରିପୋର୍ଟରେ କୁହାଯାଇଥିଲା ଯେ ସୁଶାନ୍ତଙ୍କୁ ମର୍ଡର କରାଯାଇନାହିଁ ବରଂ ଏହା ଏକ ଆତ୍ମହତ୍ୟା ମାମଲା।

ରିପୋର୍ଟ ମୁତାବକ ସିବିଆଇ ସୁଶାନ୍ତଙ୍କୁ ମର୍ଡର କରାଯାଇଥିବା କଥାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି। ରିପୋର୍ଟ ଆଧାରରେ ସିବିଆଇ ତରଫରୁ ଏହି ବୟାନ ଦିଆଯାଇଥିବା ଜଣାଯାଇଛି। ସିବିଆଇ କହିଛି ଯେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ଘରେ ମଧ୍ୟ କେହି ଥିବାର ପ୍ରମାଣ ମିଳିନାହିଁ। ସିବିଆଇ ଯାଞ୍ଚ ବେଳେ ସୁଶାନ୍ତଙ୍କ ଶରୀରରେ କୌଣସି ଦାଗ ଥିବା ଦେଖିବାକୁ ମିଳିନାହିଁ। ସୁଶାନ୍ତଙ୍କୁ ବିଷ ଦିଆଯାଇଥିବାର ପ୍ରମାଣ ମଧ୍ୟ ନାହିଁ। ଏଥିସହ ତାଙ୍କୁ ବେହୋସ୍‌ କରିବା ପାଇଁ ମଧ୍ୟ କୌଣସି ମେଡିସିନ୍‌ ଦିଆଯାଇନାହିଁ। ଏସବୁର ପ୍ରମାଣ ଥିଲେ ତାହାକୁ ମର୍ଡର କୁହାଯାଇଥାନ୍ତା।

ସୂଚନାଯୋଗ୍ୟ ଯେ ଏହି ମାମଲାରେ ଗିରଫ ହୋଇଥିବା ସୁଶାନ୍ତଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଆଜି ଜାମିନ୍‌ ମିଳିଛି। ରିୟାଙ୍କୁ ଡ୍ରଗ୍ସ କାରବାର ମାମଲାରେ ଗିରଫ କରାଯାଇଥିଲା। ତେବେ ରିୟାଙ୍କୁ ଜାମିନ୍‌ ମିଳିଥିଲେ ମଧ୍ୟ ତାଙ୍କ ଭାଇ ସୌଭିକ ଏବେ ବି ଜେଲରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.