୫୨ତମ ସ୍କଚ୍ ଆଓ୍ଵାର୍ଡ ପାଇଁ ଧନ୍ୟବାଦ ଜଣାଇଲେ ପୁଲିସ ଡ଼ିଜି !

ଭୁବନେଶ୍ବର : ଓଡ଼ିଶା ପୁଲିସର ଡାଇନାମିକ୍ ୱେବ୍ ପୋର୍ଟାଲ www.odishapolice.gov.in ୫୨ତମ ସ୍କଚ୍ ଆଓ୍ଵାର୍ଡ ପାଇଥିବାରୁ ପୂରା ଟିମ୍କୁ ଧନ୍ୟବାଦ ଦେଇଛନ୍ତି ପୁଲିସ ଡିଜି। ଆନ୍ଧ୍ରପ୍ରଦେଶ, କେରଳ, ମିଜୋରାମ, ହିମାଚଳପ୍ରଦେଶ, ପଞ୍ଜାବ ଓ ଗୁଜରାଟ ପୁଲିସ ବିଭିନ୍ନ ପ୍ରୋଜେକ୍ଟରେ ଏହି ଆଓ୍ଵାର୍ଡ ପାଇଁ ପ୍ରତିଯୋଗିତାରେ ଭାଗ ନେଇଥିଲେ । ତେବେ ଓଡ଼ିଶା ପୁଲିସର ପୋର୍ଟାଲ୍ ଗୋଲ୍ଡ ମେଡାଲ ହାସଲ କରିଛି । ଓଡ଼ିଶା ପୁଲିସ ର ଏହି ୱେବପୋର୍ଟାଲ ୨୦୧୪ ମସିହାରେ ଶୁଭାରମ୍ଭ ହୋଇଥିଲା । ଗତ ୪ ବର୍ଷ ଭିତରେ ୧୫କୋଟିରୁ ଅଧିକ ଲୋକ ପୋର୍ଟାଲକୁ ସର୍ଚ୍ଚ କରିଛନ୍ତି । ଏଥିରେ ବିଭିନ୍ନ ନାଗରିକ କୈନ୍ଦ୍ରିକ ଅନଲାଇନ ପୁଲିସ ସେବା ଉପଲବ୍ଧ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.