ଏକ ବହୁତ ଜରୁରୀ ଡକ୍ୟୁମେଣ୍ଟ ଭାବରେ ଆଧାରକାର୍ଡକୁ ବ୍ୟବହାର କରାଯାଉଛି। ଆପଣଙ୍କୁ ଏହାକୁ ସାଙ୍ଗରେ ଧରି ବୁଲିବାକୁ ମଧ୍ୟ ହୋଇଥାଏ। ଏମିତି ତ ସରକାର ଏହାକୁ କ୍ୟାରି କରିବା ପାଇଁ ଅନେକ ବିକଳ୍ପ ଉପଲବ୍ଧ କରାଇଛନ୍ତି। କିନ୍ତୁ ଏବେ ଆପଣ ଆଧାର କାର୍ଡକୁ ଡେବିଟ୍ କାର୍ଡ ଭଳି ନିଜ ପକେଟ କିମ୍ବା ପର୍ସରେ କ୍ୟାରି କରିପାରିବେ। ଆଧାର ମ୍ୟାନେଜମେଣ୍ଟ କରୁଥିବା ସରକାରୀ ସଂସ୍ଥା ୟୁଆଇଡିଏଆଇ (UIDAI) ଏବେ ପିଭିସି (PVC) କାର୍ଡରେ ଆଧାର ରିପ୍ରିଣ୍ଟ କରିବା ଭଳି ସୁବିଧା ଆରମ୍ଭ କରିଛି।
କଣ ଏହି ପିଭିସି କାର୍ଡ
ପିଭିସି କାର୍ଡକୁ ପଲିଭିନାଇଲ୍ କ୍ଲୋରାଇଡ୍ (Polyvinyl chloride) କାର୍ଡ କୁହାଯାଏ। ଏହା ଏକ ପ୍ଲାଷ୍ଟିକରେ ପ୍ରସ୍ତୁତ କାର୍ଡ ଅଟେ। ଏହି କାର୍ଡ ଉପରେ ଆଧାର କାର୍ଡ ଡିଟେଲ ପ୍ରିଣ୍ଟ ହୋଇ ଆପଣଙ୍କ ପାଖକୁ ପହଁଚିଥାଏ। ଏହାକୁ ଆପଣ ବୈଧ ଆଧାର ଭାବରେ ନିଜ ପର୍ସ କିମ୍ବା ଓ୍ଵାଲେଟରେ କ୍ୟାରି କରିପାରିବେ।
୫୦ ଟଙ୍କା ଲାଗିବ ଚାର୍ଜ
ପିଭିସି କାର୍ଡରେ ଆଧାର ରିପ୍ରିଣ୍ଟ କରିବା ପାଇଁ ୟୁଆଇଡିଏଆଇ ୫୦ ଟଙ୍କାର ଫିସ (ଏଥିରେ ଜିଏସଟି ଏବଂ ସ୍ପିଡ ପୋଷ୍ଟ ଚାର୍ଜ ସାମିଲ ରହିଛି) ଧାଯ୍ୟର୍ କରାଯାଇଛି। ଏହି କାର୍ଡ ପାଇଁ ଆପଣ ଅନଲାଇନ ଅପ୍ଲାଏ କରିପାରିବେ।
ଅନଲାଇନ ଆପ୍ଲାଏ କରିବାର ତରିକା
- ଯଦି ଆପଣ ନିଜ ଆଧାର ପିଭିସି କାର୍ଡରେ ରିପ୍ରିଣ୍ଟ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ୟୁଆଇଡିଏଆଇର ଅଫିସିଆଲ ୱେବସାଇଟରେ ଅନଲାଇନ ଆପ୍ଲାଏ କରିବାକୁ ପଡିବ।
- ସର୍ବପ୍ରଥମେ ଅଫିସିଆଲ ୱେବସାଇଟ https://resident.uidai.gov.in/ରେ ଭିଜିଟ୍ କରନ୍ତୁ।
- ଏଠାରେ My Aadhaar ସେକସନ ଉପରେ କ୍ରସର ରଖନ୍ତୁ। ଆପଣଙ୍କୁ ତଳେ ସପନ ସେକସନରେ ଦେଖାଯାଉଥିବା Order Aadhaar PVC Card ଉପରେ କ୍ଲିକ କରନ୍ତୁ।
- ଏମିତି କରିବା ପରେ ଆପଣ ନେକ୍ସଟ ପେଜ ପାଖରେ ପହଁଚିଯିବେ। ଏଠାରେ ଆପଣଙ୍କୁ Login କରିବାକୁ ହୋଇଥାଏ। ଏଥିପାଇଁ ୧୨ ଡିଜିଟ
- ଆଧାର କାର୍ଡ ନମ୍ବର ୧୬ ଡିଜିଟର ଭର୍ଚୁଆଲ ଆଇଡି/୨୮ ଡିଜିଟର ଆଇଡିରେ ଡିଟେଲ ଭରନ୍ତୁ।
- ଏହା ତଳେ ଆପଣଙ୍କୁ ପିକ୍ଚରରେ ଦେଖାଯାଉଥିବା ସିକ୍ୟୁରିଟୀ କୋଡ କିମ୍ବା କାପ୍ଚାକୁ ଭରନ୍ତୁ ଏବଂ Send OTP ଓଟିପି ଉପରେ କ୍ଲିକ କରିବାକୁ ହେବ।
- ଏପରି କରିବା ପରେ ଆପଣଙ୍କୁ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଓଟିପି ଆସିବ। ଏହାପରେ ତଳେ ଏହି ଓଟିପିକୁ ଦିଅନ୍ତୁ ଏବଂ ସବମିଟ୍ କରିଦିଅନ୍ତୁ।
- ଏମିତି କରିବା ପରେ ଆପଣଙ୍କ ସାମ୍ନାରେ ପିଭିସି କାର୍ଡର ପ୍ରିଭ୍ୟୁ ଦେଖାଯିବ।
- ଏହାପରେ ତଳେ ଆପଣଙ୍କୁ Payment ଅପସନ୍ ଉପରେ କ୍ଲିକ କରିବାକୁ ହେବ। ଏମିତି କରିବା ପରେ ଆପଣ ପେମେଣ୍ଟ ପେଜ ଉପରେ ରିଡାଇରେକ୍ଟ କରାଯିବ ଏବଂ ଆପଣଙ୍କୁ ଫିସ ପେମେଣ୍ଟ କରିବାକୁ ହେବ।
- ଯଦି ଥରେ ପେମେଣ୍ଟ ସକସେସ ହୋଇଯି ତାହେଲେ ଏହାର ସୂଚନା ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ମେସେଜ୍ ଆସିବ। ଏହାପରେ ପିଭିସି କାର୍ଡ ଆପଣଙ୍କ ଠିକଣାରେ ପହଁଚିଯିବ।
#AadhaarInYourWallet
Your Aadhaar now comes in a convenient size to carry in your wallet.
Click on the link https://t.co/bzeFtgsIvR to order your Aadhaar PVC card. #OrderAadhaarOnline #AadhaarPVCcard pic.twitter.com/b2ebbOu30I— Aadhaar (@UIDAI) October 9, 2020
ପିଭିସି ଆଧାର କାର୍ଡରେ ଥାଏ ଏହି ଡିଟେଲ
ଏହି ପିଭିସି ଆଧାର କାର୍ଡରେ ଡିଜିଟାଲୀ ସାଇନ୍ କରାଯାଇଥିବା ସିକ୍ୟୁର କ୍ୟୁଆର କୋଡ, ହୋଲୋଗ୍ରାମ, ଘୋଷ୍ଟ ଇମେଜ ଗିଲୋଚ ପ୍ୟାଟର୍ଣ୍ଣ ଲୁଚି ରହିଥାଏ। ଏହି କାର୍ଡରେ ଆପଣଙ୍କୁ ଆଧାର ନମ୍ବର, ଆପଣଙ୍କ ଠିକଣା ଆଦି ମହଜୁଦ ଥିବ।