କୋଭିଡ଼ ନିୟମ ଉଲଂଘନ କରିଥିବାରୁ କ୍ଷମା ମାଗିଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ

ଭୁବନେଶ୍ବର: କ୍ଷମା ମାଗିଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ। ଏକ ଭିଡ଼ିଓ ଜରିଆରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟିକ୍ରୀୟାରେ ସେ ସାମିଲ ହୋଇଥିଲେ ।

 କୋଭିଡ଼ ପଜିଟିଭ ଥିବା ବେଳେ ସେ ସ୍ୱର୍ଗଦ୍ୱାରରେ ପହଁଚିଥିଲେ । ସେ କହିଛନ୍ତି ସ୍ୱର୍ଗ ଦ୍ୱାର ମୋର ଯିବାର ନଥିଲା । କୋଭିଡ଼ ନିୟମ ଉଲଂଘନ କରିଥିବା ସ୍ୱିକାର କରିଛନ୍ତି । ଏଥିପାଇଁ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏନେଇ ପୁରୀ ସ୍ୱର୍ଗଦ୍ୱାର ଥାନାରେ ଏତଲା ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.