ଆଠଗଡ଼: ଘରେ ପଶି ସୁନା ଗହଣା ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ, କଟୁରୀ ଓ ବନ୍ଧୁକ ଦ୍ବାରା କଲେ ଆକ୍ରମଣ

ଆଠଗଡ଼: ଘରେ ପଶି ସୁନା ଗହଣା ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଦ୍ୱାରବତୀପୁର ଗାଁରେ ଏହି ଘଟଣା ଘଟିଛି। ରବିନ୍ଦ୍ର ନାୟକଙ୍କ ଘରେ ପଶି ଲୁଟ୍‌ କରିଥିବା ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହୋଇଛି। ଗତକାଲି ରାତିରେ ୬ଜଣ ଦୁର୍ବୃତ୍ତ ରବିନ୍ଦ୍ର ନାୟକଙ୍କ ଘରେ ପଶି ଏକ କଟୁରୀ ଓ ବନ୍ଧୁକ ଦ୍ୱାରା ରବୀନ୍ଦ୍ରଙ୍କ ଦୁଇ ପୁଅକୁ ପ୍ରଥମେ ଆକ୍ରମଣ କରିଥିଲେ। ପରେ ଘରୁ ସୁନାଗହଣା ଟଙ୍କା ଲୁଟି ନେଇଛନ୍ତି।

ଆକ୍ରମଣ ଶିକାର ହୋଇଥିବା ଦୁଇ ଜଣଙ୍କୁ ପରିବାର ପକ୍ଷରୁ ଆଠଗଡ଼ ମେଡିକାଲକୁ ଚିକିତ୍ସା କରିବା ପାଇଁ ନିଆଯାଇଥିଲା। ଏନେଇ ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହେବା ପରେ ଚୌଦ୍ୱାର ଏସ୍‌ଡିପିଓ ଓ ପ୍ରଶାନ୍ତ ମଲ୍ଲ ଓ ଖୁଣ୍ଟୁଣୀ ଥାନା କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରୁଛନ୍ତି। ଏଭଳି ଘଟଣା ବାରମ୍ବାର ହେଉଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.