ନୂଆ ମାରୁତି ସ୍ୱିଫ୍ଟ ଲଞ୍ଚ, ବ୍ଲାକ୍‌ ଥିମ୍‌ ଯୋଗୁଁ ମିଳୁଛି ଦମଦାର ଲୁକ୍‌

ମାରୁତି ସୁଜୁକି ଇଣ୍ଡିଆ ନିଜର ସବୁଠାରୁ ଅଧିକ ବିକ୍ରି ହେଉଥିବା ହ୍ୟାଚବ୍ୟାକ୍ ସ୍ୱିଫ୍ଟର ସ୍ପେଶାଲ ଏଡିସନ୍ ଭର୍ସନ ଲଞ୍ଚ୍ କରିଛି। ସ୍ପେଶାଲ ଏଡିସନକୁ ‘ବ୍ଲାକ୍ ଥିମ’ ସହିତ ମାର୍କେଟକୁ ଅଣାଯାଇଛି। ତେବେ ଏଥିପାଇଁ ଗ୍ରାହକଙ୍କୁ ପୂର୍ବ ମଡେଲ ଅପେକ୍ଷା ୨୪,୯୯୯ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡିବ। ବର୍ତ୍ତମାନ ବଜାରରେ ସ୍ୱିଫ୍ଟର ଏକ୍ସ ଶୋରୁମ୍ ଦାମ୍ ୫.୧୯ ଲକ୍ଷରୁ ୮.୦୨ ଲକ୍ଷ ପର୍ଯ୍ୟନ୍ତ ରହିଛି।

କମ୍ପାନୀ ଏହାକୁ ବ୍ଲାକ୍ କଲର ବ୍ୟବହାର କରି ଅଲଗା ଲୁକ୍ ଦେବା ପାଇଁ ଚେଷ୍ଟା କରିଛି। ବ୍ଲାକ୍ ଥିମ ଥିବା ଏହି ନୂଆ ସ୍ୱିଫ୍ଟରେ ଗ୍ଲସି ବଡି କିଟ୍, ସ୍ପଏଲର, ବଡି ସାଇଡ୍ ମୋଲ୍ଡିଂ, ଡୋର ୱିଜର ଓ ଫଗ୍ ଲ୍ୟାମ୍ପ ଭଳି ଆକ୍ସେସିରିଜ ମିଳିବ। କମ୍ପାନୀ ଏହି କାରରେ ବେଶି କିଛି ପରିବର୍ତ୍ତନ କରିନି। ଏହି ଏଡିସନରେ କମ୍ପାନୀ କିଛି କସ୍ମେଟିକ୍ ପରିବର୍ତ୍ତନ କରିଛି। ଷ୍ଟାଣ୍ଡାର୍ଡ ଭେରିଏଣ୍ଟ ତୁଳନାରେ ଲିମିଟେଡ୍ ଏଡିସନ୍ ମଡେଲ୍ ଅଧିକ ବୋଲ୍ଡ ଓ ଡାଇନୋମିକ୍ ଲୁକ୍ ସହିତ ଆସୁଛି।

suzuki

ମାରୁତି ସୁଜୁକିର କାର୍ଯ୍ୟକାରୀ ନିର୍ଦ୍ଦେଶକ(ମାର୍କେଟିଂ ଆଣ୍ଡ ସେଲ୍ସ) ଶଶାଙ୍କ ଶ୍ରୀବାସ୍ତବ କୁହନ୍ତି କି ଲଞ୍ଚ୍ ପରେ ସ୍ୱିଫ୍ଟର ପ୍ରଦର୍ଶନ ଭଲ ରହିଛି। ପ୍ରିମିୟମ୍ ହ୍ୟାଚବ୍ୟାକ୍ ସେଗମେଣ୍ଟରେ ଏହା ପୂର୍ବରୁ ମଧ୍ୟ ଭଲ ରହିଆସିଛି। ସ୍ୱିଫ୍ଟର ୩ ଜେନେରେସନରେ ଏହାର ଫିଚର, ଲୁକ୍ ଓ ଟେକ୍ନୋଲୋଜିରେ ଅନେକ ପରିବର୍ତ୍ତନ ହୋଇଛି। ଲଞ୍ଚ୍ ପରେ ସ୍ୱିଫ୍ଟ ୨୩ ଲକ୍ଷରୁ ଅଧିକ ମଡେଲ୍ ବିକ୍ରି ହୋଇସାରିଛି।

Leave A Reply

Your email address will not be published.