ପାରାଦୀପ : ସଂସାର ଟା ସତରେ ବଡ଼ ନିଷ୍ଠୁର । ଏବେ ମାଆ ବାପା ମାନେ ବେଶି ଦହଗଞ୍ଜ ହେଉଛନ୍ତି। ପରିବାରରେ କଳି ଝଗଡା ଅସହ୍ୟ କରିଦେଉଛି ବୁଢ଼ା ମନକୁ। କେତେ ଆଉ ଶୁଣିବେ କେତେ ଆଉ ସହିବେ । ସେଥିପାଇଁ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ବାଟ ବାଛି ନେଲେ । ଓଃ କି କଷ୍ଟ । ଭାବନ୍ତୁ ଜଣେ ବୃଦ୍ଧ ଦମ୍ପତ୍ତି କାହିଁକି ଆତ୍ମହତ୍ୟା କରିବାକୁ ଚାହିଁଲେ।
କୁଜଙ୍ଗ ବ୍ଲକ ମଙ୍ଗରଜପୂର ପଞ୍ଚାୟତର ହସିଣା ଗାଁ । ସୋମବାର ପରିବାରରେ କଳି ବଢ଼ି ଚାଲିଲା । ସବୁ ଦୋଷ ଯେମିତି ଏଇ ମାଆ ବାପାଙ୍କର । ଏମାନେ ପିଲା ଜନ୍ମ କରିଥିଲେ ସେମାନଙ୍କୁ ରାଜା ରାଣୀ ଭଳି ରଖିଥାନ୍ତି , ବୋଧ୍ ହୁଏ ନିଜ ପେଟ କାଟି ଖାଇବାକୁ ଦେଇ ଥିଲେ ସେଇଟା ଥିଲା ତାଙ୍କର ଭୁଲ୍ । ଏଇ ବୟସରେ ପିଲାଙ୍କ ପାଖରେ ନିଜର ପରିଚୟ ଖୋଜୁଥିଲେ ସେଇଟା ଥିଲା ଭୁଲ୍।
ବାପା ମାଆ ସବୁ ସହିବାକୁ ବାଧ୍ୟ ବୋଧେ ଭାବି ନେଇଥିଲେ ପିଲା କିନ୍ତୁ ଏଇ ବୁଦ୍ଧ ଦମ୍ପତ୍ତିଙ୍କ କାନ୍ଧରେ ଆଉ ବଳ ନଥିଲା। କି ଜୀବନଟା ତାଙ୍କୁ ମିଠା ଲାଗୁ ନଥିଲା । ସେଇଥିପାଇଁ କାଳନ୍ଦୀ ମହାନ୍ତି ଓ ପତ୍ନୀ ଶ୍ୱେତା ମହାନ୍ତି ବିଷକୁ ପିଇ ଦେଲେ । ଅବଶ୍ୟ ପରିବାର ଲୋକ ଉଭୟଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଲେ ସେଠାରେ ଉଭୟ ଗୁରୁତର ହେବାରୁ ଜଗତସିଂହପୁର ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଗଲା । ବୁଦ୍ଧ ଜଣକ ଜୀବନ ରୁ ହାରିଗଲେ । ବୁଦ୍ଧାଙ୍କୁ କଟକ ନିଆଯାଇଛି ।
ଜୀବନଟା କଣ ସତରେ ମୂଲ୍ୟ ହିନ । ପାରିବାରିକ କଳହ ସତରେ କଣ ଜୀବନ ନେଇଯାଇ ପାରେ । ହେଲେ ବିଶ୍ବାସ ହେଉନି ଯେଉଁ ଲୋକ ସକାଳୁ ଉଠି ଭଗବାନଙ୍କୁ ଡାକିଥିଲେ ମୋ ପରିବାର ଭଲରେ ରହୁ, ଦିନ ଟି ଶାନ୍ତିରେ ଯାଉ ସେ ନିଜେ ହିଁ ଚାଲିଗଲେ । ଦୁନିଆଁଟା ସତରେ ନିଷ୍ଠୁର ନା ମଣିଷ ଦୁନିଆକୁ ନିଷ୍ଠୁର କରି ଦେଉଛି । ଏହି ପରିବାରର ପ୍ରକୃତ କାରଣ ସାମ୍ନାକୁ ଆସିନି।