ଦାଦାବଟି ରୋକିବାକୁ ଟ୍ୱିନ ସିଟିରେ ଜାରି ହେଲା ନୂଆ ହେଲ୍ପ ଲାଇନ ନମ୍ବର

 ଭୁବନେଶ୍ୱର: ‘ଦାଦାବଟି ନା’କୁ ନେଇ ଆକ୍ସନ ମୁଡ୍‌ରେ କମିଶନରେଟ ପୋଲିସ । ପାର୍ବଣ ଋତୁ ଶେଷ ଯାଏ ଏହି ଅଭିଯାନ ଜାରି ରହିବ । ଦାଦାବଟି ମାଗୁଥିବା ବ୍ୟକ୍ତିଙ୍କ ବିରୋଧରେ ଜନସାଧାରଣ କମିଶନରେଟ ପୋଲିସକୁ ଜଣାଇବାକୁ କୁହାଯାଇଛି । ଏନେଇ ଏକ ଟୋଲ ଫ୍ରି ନମ୍ବର ଜାରି କରିଛି ପୋଲିସ । ହେଲ୍ପଲାଇନ୍‌ ନମ୍ବର ହେଉଛି-୯୯୩୮୯୧୦୦୦୦ । ଟ୍ଵିନ୍‌ ସିଟିରେ କାମ କରିବ ଏହି ହେଲ୍ପଲାଇନ୍‌ ନମ୍ବର ।

ଏହି ନମ୍ବରରେ ହ୍ଵାଟ୍ସଅପ୍‌ ,ମେସେଜ,ଟେଲିଗ୍ରାମ କରିହେବ । ସୂଚନା ଦେଇଥିବା ବ୍ୟକ୍ତିଙ୍କ ନାଁ ଗୁପ୍ତ ରଖାଯିବ। ଗତ ୩ ଦିନ ମଧ୍ୟରେ କମିଶନରେଟ୍‌ ପୋଲିସ ୨୪ଜଣଙ୍କୁ ଗିରଫ କରିଛି। ତା ସହ ୧୫ଟି ମାମଲା ରୁଜୁ ହୋଇଛି ବୋଲି ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି DGP ଅଭୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.