Below header

Oppo F17 Pro ର ଦିଓ୍ଵାଲି ଏଡିସନ ଲଞ୍ଚ, ଫୋନ ସହିତ ମାଗଣା ମିଳୁଛି ପାଓ୍ଵାର ବ୍ୟାଙ୍କ ଓ କଭର

ଫେଷ୍ଟିଭ ସିଜିନ ଆରମ୍ଭ ହୋଇସାରିଛି ଏବଂ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ମୋବାଇଲ କମ୍ବାନୀ ଗ୍ରାହକଙ୍କ ପାଇଁ କିଛି ନୁଆ ଆର୍କଷକ ଅଫର ମଧ୍ୟ ଆଣିଛନ୍ତି। ଆଗକୁ ଦିପାବଳୀ ପର୍ବ ଆସୁଥିବା ବେଳେ ଅପୋ କମ୍ପାନୀ ଭାରତୀୟ ବଜାରରେ ନିଜ ନୂଆ Oppo F17 pro ର ଦିଓ୍ଵାଲି ଏଡିସନ୍‌ ଲଞ୍ଚ କରିଛି। ଏହି ବ୍ରାଣ୍ଡ ନିୟୁ ଫୋନ ମ୍ୟାଟ ଗୋଲ୍ଡ ଭେରିଆଣ୍ଟରେ ମିଳୁଥିବା ବେଳେ ଏହା ସହିତ 1000mAh ର ପାଓ୍ଵାର ବ୍ୟାଙ୍କ ମଧ୍ୟ ମାଗଣାରେ ମିଳୁଛି। 18w ର ପାଓ୍ଵାର ବ୍ୟାଙ୍କ ସହିତ ଦିଓ୍ଵାଲି ସ୍ପେଶାଲ ବ୍ୟାକ୍‌ କଭର ମଧ୍ୟ ଫୋନ ସହିତ ମାଗଣାରେ ମିଳୁଛି। ତେବେ Oppo F17 pro ର ଦିଓ୍ଵାଲି ଏଡିସନର ଫିଚରରେ କିଛି ଖାସ ପରିବର୍ତ୍ତନ ହୋଇନାହିଁ ,ଏହା ପୂର୍ବରୁ ଲଞ୍ଚ ହୋଇଥିବା Oppo F17 pro ର ଫିଚର ସହିତ ସମାନ।

oppo2

Oppo F17 pro ର ଦିଓ୍ଵାଲି ଏଡିସନର ଦାମ୍‌:

ମେଟଗୋଲ୍ଡ ବ୍ଲୁ ଏବଂ ଗ୍ରେଡିୟଣ୍ଟ ଫିନିସ ଥିବା Oppo F17 pro ର ଦିଓ୍ଵାଲୀ ଏଡିସନର ଦାମ୍‌ 23,990 ଟଙ୍କା ରହିଛି। ଆମାଜନ ଆପରେ ଅକ୍ଟୋବର ୨୩ଠାରୁ ଏହି ଫୋନ ପାଇଁ ପ୍ରି ବୁକିଂ ଆରମ୍ଭ ହେବାକୁ ଯାଉଛି।

Oppo F17 pro ର ସ୍ପେସିଫିକେସନ:

2400×1080 ପିକ୍ସଲର ରିଜଲ୍ୟୁସନ ସହିତ 6.43 ଇଞ୍ଚର ଫୁଲ HD+ ଡିସପ୍ଲେ ଦିଆଯାଇଛି। ଏହା ସହିତ 90.7 ପ୍ରତିଶତ ସ୍କ୍ରିନ ଟୁ ବଡି ରେଶିଓର ସୁପର ମୋଡେଲ ଡିସ୍‌ପ୍ଲେ ମଧ୍ୟ ଦିଆଯାଇଛି। ଏହାର ଆସ୍ପେକ୍ଟ ରେସିଓ 20:9 ରହିଥିବା ବେଳେ ଏଥିରେ 60HZର ଡିସ୍‌ପ୍ଲେ ରିଫ୍ରେସ ସେଟ୍‌ ମଧ୍ୟ ରହିଛି। ପାଓ୍ଵାର ପାଇଁ ଏଥିରେ ଆକ୍ଟାକୋର ମିଡିଆ ଟେକ ହିଲିଓ p95 soCDimensity 800U SoC ପ୍ରୋସେସର ଦିଆଯାଇଛି। ଏହି ସ୍ମାର୍ଟଫୋନ Android 10 ଅପରେଟିଙ୍ଗ ସିଷ୍ଟମରେ କାମ କରିଥାଏ ଓ ଏଥିରେ ColorOS 7.2 ର ଇଣ୍ଟରଫେଜ ମଧ୍ୟ ଦିଆଯାଇଛି। ଏହାର ଷ୍ଟୋରେଜର ମାଇକ୍ରୋ ଏସଡି କାର୍ଡ ମାଧ୍ୟମରେ ୟୁଜର୍ସ ଏହାକୁ128 GB ପର୍ଯ୍ୟନ୍ତ ବଢାଇ ପାରିବେ।

oppo

Oppo F17 pro ର କ୍ୟାମେରା:

Oppo F17 pro ର ରିଅରରେ ଚାରୋଟି କ୍ୟାମେରା ସେଟ୍‌ଅପ ଦିଆଯାଇଛି ଏବଂ ଏଥିରେ ୪୮ ମେଗାପିକ୍ସଲର ପ୍ରାଇମେରି ସେନ୍ସର ଦିଆଯାଇଛି। ଏହା ସହିତ ଏଥିରେ 8 ମେଗାପିକ୍ସଲର ଓ୍ଵାଇଡ ଆଙ୍ଗଲ ଲେନ୍ସ, 2 ମେଗାପିକ୍ସଲର ମୋନୋକ୍ରୋମ ସେନ୍ସର ଏବଂ 2 ମେଗାପିକ୍ସଲର ପୋଟ୍ରେଟ ସେନ୍ସର ଦିଆଯାଇଛି। ଏହାର ଫ୍ରଣ୍ଟରେ16 ମେଗାପିକ୍ସଲର ପ୍ରାଇମେରି ଏବଂ ୨ ମେଗାପିକ୍ସଲର ଡେଥ ସେନ୍ସର ଦିଆଯାଇଛି।

Oppo F17 pro ର ବ୍ୟାଟେରି ଏବଂ କନେକ୍ଟିଭିଟି:

ଏହି ସ୍ମାର୍ଟଫୋନ 30W ବୁକ ଫ୍ଲାସ ଚାର୍ଜ ଏବଂ 4.0 ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ ସହିତ 4015mAhର ବ୍ୟାଟେରି ଦିଆଯାଇଛି। କନେକ୍ଟିଭିଟି ପାଇଁ ଏହି ଫୋନରେ 4G VoLTE, ଓ୍ଵାଇ ଫାଇ,ବ୍ଲୁଟୁଥ v5.1, ଜିପିଏସ/ଏ-ଜିପିଏସ, 3.5mm ର ହେଡଫୋନ ଜ୍ୟାକ ଏବଂ ୟୁଏସବି ଟାଇପ-ସି ପୋର୍ଟ ଦିଆଯାଇଛି। 164 ଗ୍ରାମ ଓଜନର ଏହି ଫୋନରେ ଇନ-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.