ମଧ୍ୟପ୍ରଦେଶ : ପୁଅ ଟିଏ ପାଇବା ପାଇଁ ମା’ କେତେ ଓଷା ବାର ଓ ପୂଜା ବ୍ରତ କରିଥାଏ । ହେଲେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ମା’ ନିଜର ଜନ୍ମିତ ଦୁଇ ପୁତ୍ରଙ୍କୁ ବଳି ଦେବା ଖବର ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ ।
ଜଣେ ମା’ ନିଜର ଦୁଇ ପୁତ୍ରଙ୍କୁ ବଳି ଦେବା ପରେ ଏଭଳି କାମ ସେ କରିନାହାଁନ୍ତି । ଦେବୀ ମା’ ତାଙ୍କ ଦ୍ୱାରା କରାଇଛନ୍ତି ବୋଲି ସଫେଇ ଦେଇଛନ୍ତି । ଏହି ଖବର ପ୍ରଚାର ହେବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି ।
ସୂଚନାନୁଯାୟୀ, ୫୦ ବର୍ଷିୟ ସୁନିୟା ବାଇଙ୍କୁ ଦେବୀ ମା’ ଦର୍ଶନ ଦିଅନ୍ତି ବୋଲି ସେ ଦାବି କରିଆସୁଥିଲେ । ବେଳେ ବେଳେ କହୁଥିଲେ ମୁଁ ସନ୍ନ୍ୟାସ୍ ଦେବତା, ରକ୍ତ ପିଇ କରି ହିଁ ଶାନ୍ତି ହେବି । ନିଜ ଅଗଣାରେ ସ୍ଥାପିତ କରିଥିବା ଦେବୀ ମା’ଙ୍କ ନିକଟରେ ଉକ୍ତ ରାତିରେ ଗଭୀର ନିଦ୍ରାରେ ଶୋଇଥିବା ନିଜର ଦୁଇ ପୁତ୍ରଙ୍କୁ ବଳି ଦେଇଥିଲା ଉକ୍ତ ମା’ ।
ନିଜର ଦୁଇପୁତ୍ରଙ୍କୁ କୁରାଢ଼ିରେ ଖଣ୍ଡ ଖଣ୍ଡ କରି ହାଣି ଦେଇଥିଲା । ଘଟଣାସ୍ଥଳରେ ନିଜ ୨୪ ବର୍ଷ ପୁଅର ମୃତ୍ୟୁ ହୋଇଯାଇଛି । ଅନ୍ୟ ଜଣଙ୍କର ମେଡିକାଲ୍ରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ଏବେ ମା’ର ଅବସ୍ଥା ଗୁରୁତର ରହିଛି । ନିଜ ଉପରେ ଦୈବ ଶକ୍ତି ସବାର ହେଉଥିବା ସେ କିଛି ଦିନ ଧରି କହି ଆସୁଥିଲା । ପୋଲିସ ଉକ୍ତ ଘଟଣାର ତଦନ୍ତି ଚଳାଇଛି ।