ଯାଦବ ବଂଶରେ ନିଆରା ଢଙ୍ଗରେ ପାଳନ ହୁଏ ଦୁର୍ଗା ପୂଜା, ଏମାନେ ମାଟି ମୂର୍ତ୍ତି ବଦଳରେ ପୂଜାର୍ଚ୍ଚନା କରିଥାନ୍ତି ଖଣ୍ଡା

କରଞ୍ଜିଆ: ଦଶହରା ଅବସରରେ ମୟୁରଭଞ୍ଜ ଜିଲ୍ଲାରେ ଅନେକ ସ୍ଥାନରେ ମାଟି ମୂର୍ତ୍ତି ଓ ଶକ୍ତି ପିଠିରେ ଦୁର୍ଗା ପୂଜା ହେଇଥାଏ । କିନ୍ତୁ ଶହ ଶହ ବର୍ଷ ପୁରୁଣା ଯାଦବ ପରମ୍ପରା ସଂସ୍କୃତି ଅନ୍ୟ ମାନଙ୍କ ଠାରୁ ଭିନ୍ନ । ଏଠାରେ ମାଟି ମୂର୍ତ୍ତି ବଦଳରେ ପୂଜାର୍ଚ୍ଚନା କରାଯାଇଥାଏ ଖଣ୍ଡାକୁ । ମହାଦଶମୀର ୯ଦିନ ପୂର୍ବରୁ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥାଏ । ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ଦେହୁରୀ ପୂଜାର୍ଚ୍ଚନା କରିଥାନ୍ତି । ଦେହୁରୀଙ୍କୁ ସହଯୋଗ କରିଥାନ୍ତି ଦାସୀମାନେ । ଦଶମୀର ଗୋଟିଏ ଦିନ ପର ଠାରୁ ଆରମ୍ଭ ହୁଏ ଖନ୍ଦାମଡ଼ା ପର୍ବ । ଏହି ପର୍ବ ଏବେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ ହେଉଛି । ଏବେ କରୋନା କଟକଣା ମାନି କମ ଲୋକମାନଙ୍କୁ ନେଇ ଅଧିକାଂଶ ସ୍ଥାନରେ ପାଳନ କରାଯାଉଛି ।

pujaମୟୁରଭଞ୍ଜ ଜିଲ୍ଲାର ଶୁକୃଲି ଗାଁରେ ବିଜୟା ଦଶମୀ ପରଦିନ ଠାରୁ ଆରମ୍ଭ ହେଇଥିବା ଖଣ୍ଡାମଡ଼ା ପର୍ବ । ଏହି ପର୍ବରେ ଦାସୀମାନଙ୍କ ଖେଳ ଓ ଲୀଳା ଅଜବ ଧରଣର । ଅଣ୍ଟାରେ ଘାଙ୍ଗୁରୀ,ପାଦରେ ଘୁଂଘୁଂର ଓ ହାତରେ ଖଣ୍ଡା ଧରି ବାଦଲର ତାଳେ ତାଳେ ନୃତ୍ୟ ପରିବେଷଣ କରିଥାନ୍ତି । ଏହି ନୃତ୍ୟକୁ ଆକୃଷ୍ଟ କରିବା ପାଇଁ ହୁଳୁହୁଳି,ଘଣ୍ଟା,ହରିବୋଲ,ଢୋଲ,ମହୁରୀ ବଜା ଚାଲିତାଏ । ଦାସୀମାନଙ୍କୁ ଏହି ପର୍ବରେ କଣ୍ଟା ପିଢ଼ାରେ ବସାଇବା ସହିତ ଦୋଳି ଖେଳାଇଥାନ୍ତି । ଧାରୁଆ ଖଣ୍ଡା ଉପରେ ଠିଆ କରିଥାନ୍ତି ଦାସୀଙ୍କୁ । ଏଥି ସହିତ ଦାସୀକୁ ଚାବୁକ ସାହାଯ୍ୟରେ ଗୋଡ଼ ଓ ହାତକୁ ମାରିଲେ ମଧ୍ୟ ଦାସୀମାନେ ଆହତ ହୁଅନ୍ତି ନାହିଁ । ନିଷ୍ଠାର ସହିତ ଦାସୀ ମାନେ ନିଆଁ ଉପରେ ଚାଲିବାର ପରମ୍ପରା ରହିଛି ।

ଏହି ପ୍ରଥା ପରମ୍ପରା ଅନେକ ପୁରାତନ ହୋଇଥିବରୁ ଏବେବି ପାରମ୍ପରିକ ରୀତିନୀତି ଗାଁ ଗୁଡିକରେ ପ୍ରଚଳିତ ହୋଇଆସୁଛି । କିଛି ସ୍ଥାନରେ କରୋନା କଟକଣା ମାନୁଥିବା ବେଳେ କିଛି ସ୍ଥାନରେ କମିଟିର ବାରଣ ସତ୍ୱେ ମାକୁ ଦର୍ଶନ ପାଇଁ ଆସୁଛନ୍ତି ଲୋକମାନେ ।

କରଞ୍ଜିଆରୁ ସରୋଜ ବେହେରାଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.