ଆଜି  ଭୁବନେଶ୍ୱରରୁ ୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୫ ସୁସ୍ଥ

ରାଜଧାନୀରେ ଦିନକୁ ଦିନ ହ୍ରାସ ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି  ଭୁବନେଶ୍ୱରରୁ ୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ  ୧୪ ଜଣ କ୍ବାରେଣ୍ଟାଇନରୁ ଓ ୫୪ ଜଣ ଲୋକାଲ କଣ୍ଟାକ୍ଟ କେସରୁ ଅଛନ୍ତି। ସେହିଭଳି ଆଜି ୧୧୫ ଜଣ କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି  ଭୁବନେଶ୍ୱର ମହାନଗର ନିଗମ  । କ୍ବାରେଣ୍ଟାଇନରୁ ଚିହ୍ନଟ ଆକ୍ରାନ୍ତମାନେ ପୂର୍ବ  ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।

ପଟିଆର ୭ ଜଣ, ପୁରୁଣା ଭୁବନେଶ୍ୱରର ୫ ଜଣ, ଚନ୍ଦ୍ରଶେଖରପୁର, ସୂର୍ଯ୍ୟନଗରରୁ ୩-୩ ଜଣ, ଭୀମଟାଙ୍ଗୀ, ଶ୍ୟାମପୁର, ରସୁଲଗଡ଼, ନ୍ୟୁ ଫରେଷ୍ଟପାର୍କ, ଆଇଆରସି ଭିଲେଜରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରରୁ ଏଯାବତ ୨୯ ହଜାର ୫୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୮ ହଜାର ୩୯୫ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୯୩୧ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୭୫ ଜଣଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.