ମହିଳାଙ୍କ ପାଇଁ ବିଶ୍ୱରେ ସବୁଠାରୁ ବିପଦପୂର୍ଣ୍ଣ ଦେଶ ଭାରତ : ଦ୍ୱିତୀୟରେ ରହିଛି ଆଫଗାନିସ୍ତାନ

womenନୂଆଦିଲ୍ଲୀ : ମହିଳାଙ୍କ ପାଇଁ ବିଶ୍ୱରେ ସବୁଠାରୁ ବିପଦପୂର୍ଣ୍ଣ ଦେଶ ଭାରତ ବୋଲି ଦ ଥୋମସନ ରଏଟର୍ସ ଫାଉଣ୍ଡେସନ ସର୍ଭେରୁ ଜଣାପଡ଼ିଛି। ଜାତିସଂଘ ସଦସ୍ୟ ଥିବା ୧୯୩ ଦେଶ ମଧ୍ୟରୁ କେଉଁ ଦେଶ ମହିଳାଙ୍କ ପାଇଁ ବିପଦପୂର୍ଣ୍ଣ ଏହାକୁ ନେଇ ଦ ଥୋମସନ ରଏଟର୍ସ ଫାଉଣ୍ଡେସନ ସର୍ଭେ କରି ପ୍ରସ୍ତୁତ କରିଛି ତାଲିକା । ଏଥିରେ ଶୀର୍ଷରେ ରହିଛି ଭାରତ। ଚଳିତ ବର୍ଷ ମାର୍ଚ୍ଚ ୨୬ରୁ ମେ ୪ ତାରିଖ ମଧ୍ୟରେ ସର୍ଭେ କରାଯାଇଥିଲା । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଆଫଗାନିସ୍ତାନ, ତୃତୀୟରେ ସିରିଆ, ଚତୁର୍ଥରେ ସୋମାଲିଆ ଏବଂ ପଞ୍ଚମ ସ୍ଥାନରେ ସାଉଦି ଆରବ ରହିଛି । ଷଷ୍ଠରେ ରହିଛି ପାକିସ୍ତାନ । ଅର୍ଥାତ ଭାରତଠାରୁ ପାକିସ୍ତାନରେ ମହିଳା ଅଧିକ ସୁରକ୍ଷିତ । ଭାରତରେ ମହିଳାଙ୍କୁ ନିର୍ଯାତନାର ସ୍ତର ଅଧିକ ରହିଛି । ଗତ ୫ ବର୍ଷରେ ଦେଶରେ ମହିଳାଙ୍କ ପ୍ରତି ନିର୍ଯାତନା ବଢିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.