ମୋଦିଙ୍କ ପ୍ରସ୍ତାବକୁ ନବୀନଙ୍କ ସମର୍ଥନ: ଏକତ୍ର ନିର୍ବାଚନ ହେଲେ ଦେଶର ବିକାଶ ହେବ

ଭୁବନେଶ୍ବର : ଏକାସଙ୍ଗେ ନିର୍ବାଚନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ । ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଅପିଲ୍କୁ ଆମେ ସମର୍ଥନ କରୁଛୁ । ଗଣତନ୍ତ୍ରରେ ନିର୍ବାଚନ ଏକ ପ୍ରମୁଖ ବିଷୟ । ବର୍ଷସାରା ନିର୍ବାଚନ ହେଲେ ବିକାଶ ପ୍ରଭାବିତ ହୁଏ । ଏକତ୍ର ନିର୍ବାଚନ ହେଲେ ଦେଶର ବିକାଶ ହେବ ବୋଲି ନବୀନ କହିଛନ୍ତି ।