ଉଦାହରଣ ସାଜିଲେ ଜିଲ୍ଲାପାଳ : କାର୍ଯ୍ୟ ପାଇଁ ଛୁଟିଲା ପ୍ରଶଂସାର ସୁଅ

କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ଜିଲ୍ଲାରେ ସାଧାରଣ ଜନସାଧାରଣଙ୍କ ସେବାରେ ନିୟୋଜିତ ହେଉଛନ୍ତି ଜିଲ୍ଲାପାଳ । ଦକ୍ଷିଣ କେରଳ ଆଲ୍ଲାପୂଜାର ଜିଲ୍ଲାପାଳ ସୁହାସ ଶିବାନ୍ନା ସ୍କୁଲ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିବା ବେଳେ ତାମିଲନାଡ଼ୁ କରୁର ଜିଲ୍ଲାର ଜିଲ୍ଲାପାଳ ଟି ଆନାବାଜାଗାନା ଜଣେ ୮୦ ବର୍ଷିୟା ବୃଦ୍ଧାଙ୍କ ଘରେ ଭୋଜନ ଗ୍ରହଣ କରିଛନ୍ତି । ଏହି ଘଟଣା ପରେ ଦୁଇ ଜିଲ୍ଲାପାଳଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

କରୁର ଜିଲ୍ଲାର ଜିଲ୍ଲାପାଳ ଟି ଆନାବାଜାଗାନା ବୃଦ୍ଧାଙ୍କ ଘରେ ଖାଇବା ସମୟରେ ତାଙ୍କ ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ । ଯାହାପରେ ସେ ତାଙ୍କ ପେନସନ ତଥା ଅନ୍ୟ ଜରୁରୀକାଳୀନ ସୁବିଧା ଯୋଗାଇ ଦେଇଥିଲେ । ପ୍ରତିଦିନ ଜିଲ୍ଲାପାଳ ଟି ଆନାବାଜାଗାନ ଏହି ଭଳି ଗ୍ରାମ ମାନଙ୍କରେ ବୁଲିବା ସହ ସାଧାରଣ ଜନତାଙ୍କ ଅସୁବିଧା ଜାଣି ତାହାର ସମାଧାନ ବାହାର କରିଥାନ୍ତି ।

ଅପରପକ୍ଷରେ ଦକ୍ଷିଣ କେରଳ ଆଲ୍ଲାପୂଜାରେ ଜିଲ୍ଲାପାଳ ସୁହାସ ଶବାନ୍ନା ଶ୍ରୀ ଦେବୀ ଭିଳାସମ ସ୍କୁଲ ବୁଲିଯାଇଥିବା ସମୟରେ ସେଠାରେ ସରକାରଙ୍କ ଦ୍ବାରା ଦିଆଯାଇଥିବା ମଧ୍ୟାହ୍ନ ଭୋଜନକୁ ଛାତ୍ରଛାତ୍ରୀଙ୍କ ସହ ବସି ଖାଇଥିଲେ । ଯାହା ପରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଅସୁବିଧା ଶୁଣିବା ସହ ତାହାର ସମାଧାନ ବାହାର କରିଥିଲେ । ଏହି ଦୁଇ ଘଟଣା ବର୍ତ୍ତମାନ ସାରାରାଜ୍ୟରେ ଚହଳ ଖେଳାଇ ଥିବା ବେଳେ ସବୁ ସ୍ତରରେ ଦୁଇ ଜିଲ୍ଲାପାଳଙ୍କର ଭରପୁର ପ୍ରଶଂସା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.