ଗ୍ରେଟର ନୋଏଡା ଡବଲ୍‌ ମର୍ଡର ମାମଲା: ଗାର୍ଲଫ୍ରେଣ୍ଡର ବାପା ଟଙ୍କା ମାଗିବାରୁ କର୍ମଚାରୀ ନେଲା ଦମ୍ପତିଙ୍କ ଜୀବନ

ନୋଏଡା: ଗତ ମଙ୍ଗଳବାର ରାତିରେ ଗ୍ରେଟର ନୋଏଡା ୱେଷ୍ଟର ଚେରି କାଉଣ୍ଟି ସୋସାଇଟିରେ ହୋଇଥିବା ଜଣେ ବ୍ଯବସାୟୀ ଦମ୍ପତିଙ୍କ ହତ୍ଯାକାଣ୍ଡର ଖୁଲାସା କରିବାରେ ସଫଳ ହୋଇଛି ପୋଲିସ। ବ୍ଯବସାୟୀଙ୍କ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀ ଅମାନ୍ ହାୟତ ଖାନ ଏହି ଡବଲ ମର୍ଡର କରିଥିବା ଜଣାପଡିଛି। ଟଙ୍କା ପାଇଁ ହତ୍ୟା କରିବାପରେ ସେ ଘରୁ ନଗଦ ଏକ ଲକ୍ଷ ଟଙ୍କା ଲୁଟି ନେଇଥିଲା।

ମିଳିଥିବା ଖବର ଅନୁସାରେ, ଅଭିଯୁକ୍ତର ପ୍ରେମିକାର ବାପା ସୌରଭ ତାକୁ ଟଙ୍କା ମାଗିଥିଲେ । ଯାହାକୁ କେନ୍ଦ୍ର କରି ଅମନ୍‌ ଡକାୟତି ପାଇଁ ଷଡଯନ୍ତ୍ର କରିଥିଲା। ତେବେ ପୋଲିସ୍‌ ଅମାନ୍‌ ସହିତ ତାର ପ୍ରେମିକାର ବାପାକୁ ଗିରଫ କରିଥିବା ଜଣାପଡିଛି। ଏହାସହିତ ପ୍ରେମିକା ଘରୁ ୭୨ହଜାର ଟଙ୍କା, ଗୋଟେ ଚେକ୍‌ ବୁକ୍‌ , ଏକ ମୋବାଇଲ୍‌ ଏବଂ ଗୋଟେ ଛୁରୀ ଜବତ କରିଛି ।

ଗିରଫ ଅଭିଯୁକ୍ତ ଅମନ୍ ହାୟତ ଖାନ୍ ବ୍ୟବସାୟୀ ବିନୟ କୁମାର ଗୁପ୍ତାଙ୍କ ଦୋକାନରେ କାମ କରୁଥିଲା। ସେ ଗ୍ରାନୋ ୱେଷ୍ଟର ଏକ ଫରାସୀ ଆପାର୍ଟମେଣ୍ଟରେ ରହୁଥିଲା। ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତ ଅମାନ୍ କହିଛି ଯେ, ସେ ଡକାୟତି ଉଦ୍ଦେଶ୍ୟରେ ହତ୍ୟାକାଣ୍ଡ କରିଛି।

ହତ୍ୟା ପରେ ଅଭିଯୁକ୍ତ ଅମନ ଓୟୋ ରୁମରେ ରହିଥିଲା :

ବ୍ୟବସାୟୀ ଦମ୍ପତିଙ୍କ ହତ୍ୟା ଏବଂ ଡକାୟତି ପରେ ଅଭିଯୁକ୍ତ ଅମାନ୍ ନୋଏଡା ସେକ୍ଟର -୬୨ ରେ ଅବସ୍ଥିତ ଓୟୋ ରୁମରେ ରହିଥିଲା। ଏହା ପରେ ଅଭିଯୁକ୍ତ ଅମନ୍ ଟ୍ୟାକ୍ସି ଯୋଗେ ବିହାରକୁ ପଳାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ପୋଲିସ ତାକୁ କାବୁ କରିବାରେ ସଫଳ ହୋଇଥିଲା।

Leave A Reply

Your email address will not be published.