ଡୋନାଲ୍ଡ ଟ୍ରମ୍ପଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ମେଲେନିଆ, ହ୍ଵାଇଟ୍‌ ହାଉସ୍‌ରୁ ବାହାରିବା ପରେ ହିଁ ଭାଙ୍ଗିବେ ସବୁ ସମ୍ପର୍କ; ଜାଣନ୍ତୁ କାହିଁକି

ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ଝଟ୍‌କା। ଗୋଟେ ପଟେ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚନର ପରାଜୟ ବରଣ କରିଥିବା ବେଳେ ଅନ୍ୟପଟେ ତାଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ଏବେ ବିପଦରେ। ପତ୍ନୀ ମେଲେନିଆ ଏବେ ଟ୍ରମ୍ପଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ମେଲେନିଆ ଟ୍ରମ୍ପଙ୍କ ସହ ୧୫ ବର୍ଷର ସମ୍ପର୍କ ଛିନ୍ନ କରିବାକୁ ଯାଉଛନ୍ତି। ହ୍ଵାଇଟ୍‌ ହାଉସ୍‌ର ଜଣେ ପୂର୍ବ ସହଯୋଗୀ ଏନେଇ ସୂଚନା ଦେଇଛନ୍ତି। ସହଯୋଗୀଙ୍କ କହିବାନୁସାରେ ଟ୍ରମ୍ପ ହ୍ଵାଇଟ୍‌ ହାଉସ୍‌ରୁ ବାହାରକୁ ବାହାରିବା ପରେ ହିଁ ମେଲେନିଆ ତାଙ୍କୁ ଛାଡ଼ପତ୍ର ଦେବେ।

ଲଣ୍ଡନର ଟ୍ୟାବ୍‌ଲାୟଟ ଡେଲି ମେଲର ଏକ ରିପୋର୍ଟ ମୁତାବକ ହ୍ଵାଇଟ୍‌ ହାଉସ୍‌ର ପବ୍ଲିକ୍‌ ଲାଇଜନ୍‌ ଅଫିସରେ କମ୍ୟୁନିକେସନ୍‌ର ପୂର୍ବ ଡାଇରେକ୍ଟର ଓମାରୋସା ମନିଗାଉଲ୍ଟ ନ୍ୟୁମେନ୍‌ ଅଭିଯୋଗ କରିଛନ୍ତି ‘ଡୋନାଲ୍ଡ ଟ୍ରମ୍ପଙ୍କ ଅଫିସରେ ରହିଥିବାରୁ ମେଲେନିଆ ତାଙ୍କୁ ଛାଡ଼ପତ୍ର ଦେଉନାହାନ୍ତି। କାରଣ ଯଦି ବର୍ତ୍ତମାନ ସେ ଟ୍ରମ୍ପଙ୍କୁ ଅପମାନିତ କରିବେ ତେବେ ଟ୍ରମ୍ପ ତାଙ୍କୁ ଦଣ୍ଡ ଦେଇପାରିବେ। ଏଣୁ ଥରେ ହ୍ଵାଇଟ୍‌ ହାଉସ୍‌ରୁ ବାହାରିବା ପରେ ସେ ସବୁଦିନ ପାଇଁ ଏହି ବନ୍ଧନରୁ ମୁକ୍ତ ହୋଇଯିବେ।’ ପ୍ରକାଶ ଯେ ନ୍ୟୁମେନ୍‌ଙ୍କ ସହ ଟ୍ରମ୍ପଙ୍କ ସାର୍ବଜନୀନ ଝଗଡ଼ା ପରେ ଡିସେମ୍ବର ୨୦୧୭ରେ ସେ ଅପ୍ରତ୍ୟାଶିତ ଭାବେ ଇସ୍ତଫା ଦେଇଥିଲେ।

trump2

ସୂଚନାଯୋଗ୍ୟ ଯେ ୨୦୧୬ରେ ଟ୍ରମ୍ପ ନିର୍ବାଚନ ଜିତିବା ପରେ ମେଲେନିଆ କାନ୍ଦି ପକାଇଥିଲେ। କାରଣ ସେ କେବେ ଆଶା ବି କରିନଥିଲେ ଯେ ଟ୍ରମ୍ପ ଜିତିବେ। ୫୦ ବର୍ଷୀୟ ମେଲେନିଆ ସାର୍ବଜନିକଭାବେ ସେମାନଙ୍କ ମଧ୍ୟରେ ସବୁ କିଛି ଠିକ୍‌ ଥିବା କହୁଥିଲେ ମଧ୍ୟ ବାହାରେ ତାଙ୍କ ବ୍ୟବହାରରୁ ହିଁ ବୁଝିହୁଏ ସେମାନଙ୍କ ମଧ୍ୟରେ କେତେ ଦୂରତା ରହିଛି। ଏକ ରିପୋର୍ଟ ଅନୁସାରେ ମେଲେନିଆ ଓ ଟ୍ରମ୍ପ କେବଳ ଆପୋସ ବୁଝାମଣାରେ ଅଛନ୍ତି। ସେମାନଙ୍କ ବେଡ୍‌ରୁମ୍‌ ବି ଅଲଗା ଅଲଗା ବୋଲି ଜଣାଯାଇଛି।

Leave A Reply

Your email address will not be published.