ରାଜଧାନୀର ବରମୁଣ୍ଡା ଅଞ୍ଚଳରୁ ବାଘ ଛାଲ ଜବତ : ୩ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ STF
ଭୁବନେଶ୍ବର: ରାଜଧାନୀରୁ ବାଘ ଛାଲ ଜବତ। ବରମୁଣ୍ଡା ଅଞ୍ଚଳରୁ ବାଘ ଛାଲ ଜବତ କରିଛି କ୍ରାଇମବ୍ରାଞ୍ଚ STF। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ୩ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି STF।
ବାଇକ ଡିକିରେ ବାଘଛାଲ ଆଣିଥିଲା । ଅଭିଯୁକ୍ତ ପ୍ରଶାନ୍ତ ନାୟକର ଘର ମୟୁରଭଞ୍ଜ ଜିଲ୍ଲାରେ। ବାଘଟିକୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତାର ବୟସ ୫ରୁ ୭ବର୍ଷ ମଧ୍ୟରେ ହେବ। ଏହି ଚୋରା ଚାଲାଣ ରାକେଟ୍ କେତେ ଦୂର ଲମ୍ବିଛି ସେନେଇ ପଚରା ଉଚରା କରୁଛି STF। ପ୍ରଶାନ୍ତ ଭୁବନେଶ୍ୱର ସ୍ଥିତି ଏକ ବେସରକାରୀ ବିଶ୍ୱବିଦ୍ୟାଳୟରେ ଡ୍ରାଇଭର୍ ଭାବେ କାମ କରେ ବୋଲି ଏସ୍ଟିଏଫ୍ ସୂଚନାରୁ ଜଣାପଡ଼ିଛି ।