ବିଦେଶୀ ବକ୍ସ ଅଫିସରେ ଛାଇଗଲା ଅକ୍ଷୟଙ୍କ ଲକ୍ଷ୍ମୀ, କମାଇଲା ଏତେ କୋଟି ଟଙ୍କା

ଅକ୍ଷୟ କୁମାର ଓ କିୟାରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ’ ଓଟିଟି ପ୍ଲାଟଫର୍ମ ଡିଜନୀ ପ୍ଲସ୍ ହଟଷ୍ଟାରରେ ନିକଟରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମକୁ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଏହାର ଭଲ ଆୟ କରୁଛି। ଟ୍ରେଣ୍ଡ ଆନାଲିଷ୍ଟ ଓ କ୍ରିଟିକ୍ ତରଣ ଆଦର୍ଶ ଫିଲ୍ମର ୱିକେଣ୍ଡରେ ହୋଇଥିବା ୱାର୍ଲୱାଇଡ୍ କଲେକ୍ସନକୁ ସେୟାର କରିଛନ୍ତି। ମାର୍ଚ୍ଚ ୨୦୨୦ ପରେ ବିଦେଶରେ ରିଲିଜ୍ ହୋଇଥିବା ପ୍ରଥମ ଫିଲ୍ମ ହେଉଛି ଲକ୍ଷ୍ମୀ। ଏହାକୁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଫିଜି ସହ ୟୁଏଇରେ ମଧ୍ୟ ରିଲିଜ୍ କରାଯାଇଥିଲା।

ଲକ୍ଷ୍ମୀ ରିଲିଜର ଏକ ସପ୍ତାହ ଭିତରେ ୟୁଏଇରେ ୧.୪୬ କୋଟିର କଲେକ୍ସନ କରିଛି। ସେପଟେ ୱିକେଣ୍ଡରେ ଅଷ୍ଟ୍ରେଲିଆରେ ୭୦.୪୮ଲକ୍ଷ, ଫିଜିରେ ୧୭.୧୬ଲକ୍ଷ ଓ ନ୍ୟୁଜିଲାଣ୍ଡରେ ୪୨.୩୮ଲକ୍ଷର କଲେକ୍ସନ କରିଛି। ଏହାକୁ ଟ୍ରେଣ୍ଡ ଆନାଲିଷ୍ଟ ତରଣ ଆଦର୍ଶ ଏହାର କଲେକ୍ସନ ଶେୟାର କରିଛନ୍ତି ।

ଉଲ୍ଲେଖନୀୟ ଯେ, ଭାରତରେ ଅକ୍ଷୟ କୁମାରଙ୍କର ଫିଲ୍ମ ଲକ୍ଷ୍ମୀ ୯ ନଭେମ୍ୱରରେ ଓଟିଟିରେ ରିଲିଜ୍ ହୋଇଥିଲା । ଏହ ଏକ ହରର କମେଡି ଫିଲ୍ମ । ଯାହାର ନିର୍ଦ୍ଦେଶକ ହେଉଛନ୍ତି ରାଘବ ଲରେନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.